Advertisements
Monday, July 6, 2020
Home District News ବୁକୁରାମୁଣ୍ଡା ସେବାଶ୍ରମ ସ୍କୁଲରେ କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର

ବୁକୁରାମୁଣ୍ଡା ସେବାଶ୍ରମ ସ୍କୁଲରେ କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର (୨୬/୦୬): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିର ମରୁଡି ପ୍ରପିଡିତ ଅଂଚଳ ଭାବେ ଓଡିଶା ମାନଚିତ୍ରରେ ବେସ ଜଣାଶୁଣା ହୋଇ ରହିଛିା ବିଶେଷ କରି ପାଇକମାଲ ଅଂଚଳରୁ ପେଟପାଇଁ ସଂଘର୍ଷ କରିବାକୁ ଏଠାକାର ଲୋକ ଦାଦନ ଖଟିବାକୁ ପିଲାଛୁଆଁଙ୍କୁ ଧରି ଅନ୍ୟରାଜ୍ୟକୁ ପ୍ରତିବର୍ଷ ଯିବାର ନଜିର ଅଛିା ହଠାତ ମହାମାରୀ କରୋନା ଭାଇରସ ସମଗ୍ର ପୃଥିବୀକୁ ଗ୍ରାସ ସମୟରେ କେନ୍ଦ୍ର ସରକାର ଧନଜୀବନ ରକ୍ଷା ଉଦ୍ଦେଶ୍ୟରେ ସମଗ୍ର ଭାରତ ବର୍ଷର ମୁଖ୍ୟମନ୍ତ୍ରୀ ମାନଙ୍କ ସହମତିରେ ଲକଡାଉନ ଘୋଷଣା ଫଳରେ ସମସ୍ତ ରେଲଚଳାଚଳ ସମେତ ଗାଡିମଟର ବନ୍ଦ ହୋଇଯାଇଥିଲା |

ଯଦ୍ୱାରା ବାହାର ରାଜ୍ୟ ରେ କାମକରିବାକୁ ଯାଇଥିବା ପ୍ରବାସୀ ମାନେ ନିଜନିଜ ଜନ୍ମସ୍ଥାନ କୁ ଫେରି ପାରିନଥିଲେ, ପ୍ରବାସୀ ମାନଙ୍କ ଆକୁଳ ନିବେଦନ ତଥା କେତେକ ସାମାଜିକ କର୍ମୀ ଙ୍କ ଅନୁରୋଧକୁ ରକ୍ଷା କରି ସରକାର କେଇଦିନ ପାଇଁ ରେଲଗାଡିର ସୁବିଧା କରିବାଦ୍ୱାରା ଅନ୍ୟରାଜ୍ୟରୁ ନିଜ ରାଜ୍ୟକୁ ପ୍ରବାସୀ ମାନେ ଫେରି ଆସି ପାରିଥିଲୋ ଏପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ରାଜ୍ୟ ସାରା ଥିବା ସମସ୍ତ ସହର ସମେତ ସମସ୍ତ ପଂଚାୟତ କୁ ପ୍ରବାସୀ ମାନେ ନ ଆସିବାପୂର୍ବରୁ ରହିବା ଖାଇବା ସମେତ ସ୍ୱାସ୍ଥ୍ୟ ର ଯତ୍ନ ନେବାକୁ ପଂଚାୟତରାଜ ବିଭାଗ ଠୁ ଆରମ୍ଭ କରି ସମସ୍ତ ବିଭାଗ କୁ ସଚେତନତାର ନିର୍ଦେଶାନାମା ଜାରି କରିଥିଲେ , ପାଇକମାଲ ବ୍ଲକ ର ବୁକୁରାମୁଣ୍ଡା ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କୁ ପ୍ରବାସୀ ମାନେ ୧୮.୫.୨୦୨୦ ରୁ ଆସିବା ଆରମ୍ଭ କରିଥିଲୋ ବୁକୁରାମୁଣ୍ଡା ସେବାଶ୍ରମ ସ୍କୁଲ ରେ ସମସ୍ତ ସୁବିଧା ସୁଯୋଗ କରାଯାଇଥିଲାା ପ୍ରବାସୀମାନେ ପ୍ରବେଶ କରିବାଦିନ ଏଠାକାର ସରପଂଚ ଅଭିମନ୍ୟୁ ବରିହା କେତେକ ଶିକ୍ଷକ, ସ୍ୱାସ୍ଥକର୍ମୀ, ଅଂଗନୱାଡି କର୍ମୀ ତଥା ଗ୍ରାମର କେତେକ ସ୍ୱେଚ୍ଛାସେବୀ ଙ୍କ ପରାମର୍ଶ ତଥା ସହଯୋଗ କରିବାକୁ ଅନୁରୋଧ ପୂର୍ବକ ଏକ ସଭାର ଆୟୋଜନ କରିଥିଲେ, ଯଦ୍ୱାରା ଆଜି ସୁରୁଖୁରୁ ରେ ପ୍ରବାସୀ ମାନେ ସ୍ୱାସ୍ଥ୍ୟସେବା ସାଙ୍ଗକୁ ଖାଇବା ପିଇବାର ସୁବ୍ୟବସ୍ଥା କରାଯାଇଥିଲା ବୋଲି ଆଜି ଶେଷ ଦିବସ ରେ ପ୍ରବାସୀ ମାନେ ପ୍ରକାଶ କରିଛନ୍ତିା୧୮.୫.୨୦୨୦ ରୁ କ୍ରମିକ ଭାବେ ଆରମ୍ଭ ହୋଇ ସମଦାୟ ୧୨ ଜଣ ପ୍ରବାସୀ ଏହି ଶିବିର ରେ ସରକାର ଙ୍କ ନିର୍ଦେଶ କୁ ପାଳନ କରି ରହି ଆଜି ୨୬.୬.୨୦୨୦ ରେ ୯ଜଣ ଶେଷ ମୁହୂର୍ତ ରେ ବିଦାୟ ନେଇ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିଛନ୍ତିା ବର୍ତମାନ ପାଇଁ ପ୍ରବାସୀ ନଥିବା ହେତୁ ଅସ୍ଥାୟୀ ଶିବିର ବନ୍ଦ କରାଗଲା ବୋଲି ସରପଂଚ ଶ୍ରୀ ବରିହାଙ୍କ ଠାରୁ ପ୍ରକାଶ, ସମୁଦାୟ ୫୨ ଜଣ ଙ୍କ ମଧ୍ୟରୁ ସନ୍ଦେହ ଘେର ରେଥିବା ୧୦ ଜଣ ଙ୍କ ସ୍ୱାବ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଠାଯାଇଥିଲା ହେଲେ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିଲାା କୋଭିଡ-୧୯ ଅସ୍ଥାୟୀ ଶିବିର ଆରମ୍ଭ ଦିନଠାରୁ ଆଜିଯାଏଁ ନିର୍ଭିକ ଭାବେ ସବୁଦିନ ଦୁଇଓଳି ସ୍ୱାସ୍ଥ୍ୟ ବିଭାଗୀୟ ନିୟୋଜିତ ଫାର୍ମାସିଷ୍ଟ ଅଶୋକ କୁମାର ବନଛୋର, ମହିଳାସ୍ୱାସ୍ଥକର୍ମୀ କବିତାଂଜଳୀ ଦାଶ, ଶିକ୍ଷକ ମନୋରଂଜନ ସାହୁ, ଖିରୋଦ୍ର ଚନ୍ଦ୍ର ଦେବତା, ଜୟଦେବ ବରିହା, ଅଂଗନୱାଡି କର୍ମୀ ସୁବାଷିନୀ ଜାଲ, ସନ୍ତୋଷିନୀ ପଟେଲ, କନକ ବରିହା, ଅଏଁଲା ପ୍ରଧାନ, ଧରିତ୍ରୀ ସାହୁ, ଧନମତୀ ବରିହା, ବାସନ୍ତୀ ବରିହା, ଉର୍କୁଲୀ କୁମ୍ଭାର ତଥା ରନ୍ଧନ କାର୍ଯ୍ୟ ତଥା ଦେଖାଶୁଣା ଦାୟିତ୍ୱରେ ଥିବା ମହେନ୍ଦ୍ର ବାରିକ, ଧନୁହାତୀ, ପଦ୍ମନ ସେଟ, ରାଜ କୁମାର ମହାକୁଡ, ତ୍ରିନାଥ ଗଡତିଆ, ଯଶୋବନ୍ତ ମହାକୁଡ, ସଚିତାନନ୍ଦ ପ୍ରଧାନ ଓ ରାତ୍ରୀତଥା ଦିନଜଗୁଆଳୀ ଭାବେ ଜଗଦଲପୁର ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ଚିନିଲାଲ ଜାଲ ଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏଇ ମାନେ ହିଁ ଆମ ଅଂଚଳ ର ପ୍ରକୃତ ଯୋଦ୍ଧା ଅଟନ୍ତି ବୋଲି ଶେଷରେ ସରପଂଚ ଅଭିମନ୍ୟୁ ବରିହା ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: