Advertisements
Monday, July 6, 2020
Home Accidental Death ପାଣିରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମୃତ୍ୟୁ

ପାଣିରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମୃତ୍ୟୁ

ବିଜେପୁର (୨୫/୦୬): ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାର ନୂଆପଡାରେ ରହୁଥିବା ସପ୍ତମ ଶ୍ରେଣୀ ଛାତ୍ର ଦାମୋଦର କଟାରେ ବୁଡି ଗୁରୁବାର ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ଯମ ମହାପାତ୍ର (୧୨) । ନିତିଦିନିଆ ପରି ବଟକୃଷ୍ଣ ମହାପାତ୍ରଙ୍କ ପୁଅ ସତ୍ଯମ ଦାମୋଦର କଟାକୁ ମଧାହ୍ନରେ ଗାଧୋଇବାକୁ ଯାଇଥିଲେ।

ହେଲେ ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଉଥିଲେ। ପୋଖରୀ ହିଡରେ ଛେଳି ଚରାଉଥିବା ମହିଳା ଜଣକ ଏହା ଜାଣି ପାରି ପାଟି କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ନିକଟରେ ସ୍ନାନ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ତୁରନ୍ତ ତାକୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇ ଥିଲେ। ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ୍ ଶବକୁ ଜବତ କରି ତାର ପଞ୍ଚନାମା କରି ବ୍ଯବଛେଦ ସକାଶେ ବରଗଡ଼ ପଠାଇଥିଲା। ଏନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ୍ ତଦନ୍ତ କରୁଛି। ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଏହି ପରିବାରର ଏକମାତ୍ର ସନ୍ତାନର ମୃତ୍ୟୁ ହୋଇଥିବାରୁ ସହରେ ଶୋକର ବାତାବରଣ ଖେଳି ଯାଇଛି। ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି।

ରିପୋର୍ଟ – ନିରୋଜ କୁମାର ପାଣୀ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: