ସୋନପୁର ସହରର ବଡବଜାର ଅଞ୍ଚଳରେ ସ୍ୱତଃ ଏନକ୍ରୋଚମେଣ୍ଟ ହଟାଇଲେ ସ୍ଥାନୀୟ ବାସିନ୍ଦା

0
56

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୭) : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୧୪ ତାରିଖ ସକାଳେ ସୋନପୁର ସହର ର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହର ର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତି ର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌର ନିର୍ବାହୀ ଅଧିକାରୀ ସୋନପୁର ଙ୍କୁ ନିର୍ଦ୍ଦେଶ ଦେଇଥିଲେ lWhatsApp Image 2023 07 20 at 09.45.44 ସୋନପୁର ସହରର ବଡବଜାର ଅଞ୍ଚଳରେ ସ୍ୱତଃ ଏନକ୍ରୋଚମେଣ୍ଟ ହଟାଇଲେ ସ୍ଥାନୀୟ ବାସିନ୍ଦା

ନିର୍ବାହୀ ଅଧିକାରୀ ପୌରପରିଷଦ ବଡବଜାର ଅଞ୍ଚଳ ର ମୁଖ୍ୟ ରାସ୍ତା ର ଡ୍ରେନ ଉପରେ ଅଥବା ରାସ୍ତାରେ ଯେଉଁମାନେ ଏନକ୍ରୋଚ କରିଥିବା ଘର, ବାଡ଼, ତଥା ସିମେଣ୍ଟ ଢାଙ୍କୁଣୀ ପୂର୍ବକ ଜବରଦଖଲ କରିଥିଲେ ସେମାନଙ୍କୁ ଜବରଦଖଲ ହଟାଇବାକୁ ନୋଟିସ କରାଯାଇଥିଲା l ଗୃହ ମାଳିକ ମାନେ ରାସ୍ତା, ଡ୍ରେନ ତଥା ପରିମଳ ବ୍ୟବସ୍ଥା ର ବାସ୍ତବିକତାକୁ ଅନୁଭବ କରି ଜବରଦଖଲ କୁ ସ୍ୱତଃ ମୁକ୍ତ କରିଦେଇଛନ୍ତି l ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତଥା ଗୃହ ଓ ଦୋକାନ ମାଲିକ ଙ୍କ ଦ୍ୱାରା ସ୍ୱତଃ ଜବରଦଖଲ ହଟାଇ ଅଞ୍ଚଳରେ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ପ୍ରଶାସନ କୁ ସହଯୋଗର ହାତ ବଢ଼ାଇଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଅଞ୍ଚଳ ଅଧିବାସୀ ଙ୍କୁ ସାଧୁବାଦ ଜଣାଇଛନ୍ତି l ପୁନଶ୍ଚ ସହରର ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଏତାଦୃଶ କାର୍ଯ୍ୟ ନିମନ୍ତେ ଜନସାଧାରଣ ସ୍ୱତଃ ଆଗେଇ ଆସି ଏକ ସ୍ୱଚ୍ଛ ସୁନ୍ଦର ସହର ଗଠନ ରେ ଭାଗିଦାର ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି l ସେପଟେ ବଡ଼ବଜାର ଅଞ୍ଚଳ ର ଅଧିବାସୀ ମାନେ ବ୍ଯବହାର କରୁଥିବା ମୁଖ୍ୟ ରାସ୍ତା ବଡ଼ବଜାର ରୁ ବିଜୁ ପଟ୍ଟନାୟକ ଛକ ଓ ବଡ଼ବଜାର ରୁ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ରେ ଭର୍ତ୍ତି ହୋଇଥିବା ସତ୍ତ୍ଵେ ସ୍ଲମ ଏରିଆ କୁ ପ୍ରଶାସନର ଅବହେଳା ଅଭିଯୋଗ କରିଛନ୍ତି ।