୯୫ ତମ ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ସ୍ଥାପନା ଦିବସ ପାଳନ

0
71

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୭) : ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ୯୫ ତମ ସ୍ଥାପନା ଦିବସ ତିନି ଦିନ ବ୍ୟାପୀ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା , ଗୁଣପୁର ଠାରେ ପାଳିତ ହୋଇଯାଇଛି ।WhatsApp Image 2023 07 20 at 09.45.09 ୯୫ ତମ ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ସ୍ଥାପନା ଦିବସ ପାଳନ

ଏହି ଅବସରରେ ବିଭିନ୍ନ ପଞ୍ଚାୟତର ଚାଷୀ ଭାଇ ଭଉଣୀ ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଓ ସଭାର ଆହୋଜନ କରାଯାଇଥିଲା । ପ୍ରଥମେ ଚାଷୀ ମାନଙ୍କୁ ବୈଜ୍ଞାନିକ ଯନ୍ତ୍ରପାତି ଓ ଜ୍ଞାନ କୈାଶଳ ବିଷୟରେ ଆଲୋଚନା କରିବା ପରେ ବୈଜ୍ଞାନିକ ରାଜୀବ ଟୁଡୁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବରିଷ୍ଠ ବୈଜ୍ଞାନିକ ଏବଂ ମୂଖ୍ୟ ଡଃ ସୁଶ୍ମୀତା ମହାନ୍ତି ଓ ବୈଜ୍ଞାନିକ ଡଃ ନାରାମ ରାମୁ ଙ୍କ ପରିଚୟ ପ୍ରଦାନ କରି ସଭାର ଶୁଭାରମ୍ଭ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡଃ ସୁଶ୍ମୀତା ମହାନ୍ତି ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ କିସମ ଜମିରେ କିପରି ଚାଷ କଲେ ଚାଷୀ ମାନେ ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ବୈଜ୍ଞାନିକ ଡଃ ନାରାମ ରାମୁ ପ୍ରାକୃତିକ କୃଷି ଓ ସମ୍ବନ୍ଵିତ କୃଷି ପ୍ରଣାଳୀ ପ୍ରୟୋଗ କରି ଚାଷକାର୍ଯ୍ୟ କଲେ ଚାଷୀ ମାନେ କିପରି କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ବୈଜ୍ଞାନିକ ସୁଶ୍ରୀ ହିମାଦ୍ରୀ ବାଗ କିପରି ପାଣିପାଗ ବିଷୟରେ ଉପଯୁକ୍ତ ସତର୍କତା ଅବଲମ୍ବନ କରି ଚାଷକାର୍ଯ୍ୟ କଲେ ଚାଷୀ ମାନେ ଉପକୃତ ହେବେ ସେ ବିଷୟରେ ଆଲୋକପାତ କରିଥିଲେ ।

ପରିଶେଷରେ କାର୍ଯ୍ୟକ୍ରମ ସହାୟକ ପରିମଳ ତରାଇ ଧନ୍ୟବାଦ ଅର୍ପଣ କରି ପ୍ରଥମ ଦିନର ସଭାକାର୍ଯ୍ୟ ପରିସମାପ୍ତ କରିଥିଲେ । ଦ୍ଵିତୀୟ ଦିନରେ ସହାୟକ କୃଷି ଅଧିକାରୀ ଗୁଣପୁର ଅଶ୍ଵିନୀ କୁମାର ସିଂ, ମାଁ ମହାଲକ୍ଷ୍ମୀ ଉନ୍ନୟନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ର ସିଇଓ ଗୋପାଳକୃଷ୍ଣ ସାମନ୍ତ, କେବିକେ ମୁଖ୍ୟ ଡଃ ସୁଶ୍ମିତା ମହାନ୍ତି ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ତତ୍ତ୍ଵାବଧାନରେ ୯୫ ତମ ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ସ୍ଥାପନା ଦିବସ କାର୍ଯ୍ୟକ୍ରମକୁ ଆଗେଇ ନିଆଯାଇଥିଲା । ବୈଜ୍ଞାନିକ ରାଜୀବ ଟୁଡୁ କିପରି ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ରୋଗ ପୋକ ନିୟନ୍ତ୍ରଣ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । କେବିକେ ମୁଖ୍ୟ ଡଃ ସୁଶ୍ମିତା ମହାନ୍ତି ଚାଷୀ ମାନଙ୍କ ମୂଖ୍ୟ ସମସ୍ୟା, ଉତ୍ପାଦିତ ଶଶ୍ୟର ଅମଳ ଓ ବିକ୍ରିବଟା କିପରି ଠିକ୍ ସମୟରେ କରି ଚାଷୀ ନିଜର ଆୟ ବୃଦ୍ଧି କରିପାରିବେ ତା ଉପରେ ଆଲୋକପାତ କରିଥିଲେ । ଅଶ୍ଵିନୀ କୁମାର ସିଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଗୋପାଳକୃଷ୍ଣ ସାମନ୍ତ କିଭଳି ଭାବେ କୃଷି ଉତ୍ପାଦକ ଗୋଷ୍ଠୀ ପଞ୍ଜିକରଣ କରିବେ ସେ ବିଷୟରେ ଆଲୋଚନା କରିଥିଲେ ।

ତୃତୀୟ ଦିନରେ ସହାୟକ ଉଦ୍ୟାନ ଅଧିକାରୀ ସତ୍ୟବ୍ରତ ସାହୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। କେବିକେ ମୁଖ୍ୟ ଡଃ ସୁଶ୍ମିତା ମହାନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମାଁ ଓ ଭଉଣୀ ମାନେ କିପରି ନିଜ ଆୟ ବୃଦ୍ଧି କରିବେ ଓ ପୋଷଣ ବଗିଚା କରି ଘରର ଆବଶ୍ୟକତା ମେଣ୍ଟାଇ ପାରିବେ ସେ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ଶ୍ରୀମତି ମଧୁମିତା ଷଡ଼ଙ୍ଗୀ କିପରି ନୂତନ ଙ୍କାନକୈାଶଳ ପ୍ରୟୋଗ କରି ଛତୁ ଚାଷ କରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ସଭାକୁ ଅବଗତ କରାଇଥିଲେ । ପରିଶେଷରେ କେନ୍ଦ୍ରର ବୈଜ୍ଞାନିକା ହିମାଦ୍ରୀ ବାଗ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ପରିସମାପ୍ତ କରିଥିଲେ ।