ଦୁଇ ଯୁବକଙ୍କ ମୃତ୍ୟୁ କୁ ନେଇ ଥାନା ଘେରାଉ କରିଲେ କଲେଜ ଛାତ୍ର

0
91

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୦୭) : ୩୨୬ ନମ୍ୱର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ଦୁଇ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି ।WhatsApp Image 2023 07 19 at 14.13.46 1 ଦୁଇ ଯୁବକଙ୍କ ମୃତ୍ୟୁ କୁ ନେଇ ଥାନା ଘେରାଉ କରିଲେ କଲେଜ ଛାତ୍ର

ରାୟଗଡା ବ୍ଲକର କୁମ୍ଭିକୋଟା ଓ ରୂପକଣା ଛକ ମଝିରେ ୩୨୬ ଜାତୀୟ ରାଜପଥ ଉପରେ କାର ମୋଟର ସାଇକେଲକୁ ଧକ୍କା ଦେବା ଯୋଗୁଁ ମୋଟର ସାଇକେଲ ଚାଳକ ଓ ମୋଟର ସାଇକେଲରେ ବସିଥିବା ଯୁବକ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ମୋଟର ସାଇକେଲ ଚାଳକ ହେମେନ୍ତ ମିନୀୟାକା କୁଟୁଲି ଗ୍ରାମର ବୟସ ପ୍ରାୟ ୨୯ ବର୍ଷ ରୂପକଣା ଛକରେ ଜନସେବା କେନ୍ଦ୍ର କରିଛନ୍ତି ସେ ଓ ତାଙ୍କ ସହ ଆନନ୍ଦ ମଣ୍ଡଙ୍ଗି ବୟସ ପ୍ରାୟ ୨୧ ବର୍ଷ ରାୟଗଡା ସ୍ଵଂୟଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଶେଷ ବର୍ଷ ପାଠ ପଢୁଥିବା ଛାତ୍ର ପିପଲ୍ ପଦର ଲକ୍ଷ୍ମୀପୁର ବ୍ଲକ୍ କୋରାପୁଟ ଜିଲ୍ଲାର ବାସିନ୍ଦା ଦୁଇ ଜଣ ମିଶି ହିରୋ ହୋଣ୍ଡା ଗ୍ଲାମୋର୍ ମୋଟର ସାଇକେଲ ନମ୍ବର ଓଡି ୧୮ ସି ୯୮୨୪ ରାୟଗଡ଼ାରୁ ରୂପକଣା ଛକ କୁ ଯାଉଥିଲେ । ହଠାତ୍ ବିପରୀତ ଦିଗରୁ ଗୋଟିଏ ମାରୁତି କାର ନମ୍ବର୍ ଟି ଏସ ୦୫ ଏଫ ଡି ୩୧୧୫ ଧକ୍କା ଦେଇଥିଲା । ଉପସ୍ଥିତ ଅଞ୍ଚଳ ବାସି ମାନେ ଆମ୍ବୁଲାନ୍ସ ସେବା ଡକାଇ ତାଙ୍କ ଦୁଇ ଜଣକୁ ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।

କାର ଚାଳକ ଧକ୍କା ଦେଇ କାର ଛାଡି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ମୋଟର ସାଇକେଲ ଚାଳକ ଓ ମୋଟର ସାଇକେଲ ବସିଥିବା ମୃତ୍ୟୁ ବରଣ କରିଛନ୍ତି । କୁମ୍ଭିକୋଟା ଓ ରାୟଗଡା ପୋଲିସ ଦୁର୍ଘଟଣାର ୨୦ ଘଣ୍ଟା ବିତିଗଲା ପରେ ମଧ୍ୟ ଧକ୍କା ଦେଇ ଥିବା କାର ଚାଳକଙ୍କୁ ଧରିବାରେ ବିଫଳ ହୋଇଛନ୍ତି ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟର ଛାତ୍ର ମାନେ କ୍ଷତି ପୂରଣ ଓ ନ୍ୟାୟ ଦାବି ରାୟଗଡା ଥାନା ଘେରାଉ କରିଛନ୍ତି ।