Friday, March 29, 2024

Top 5 This Week

Related Posts

ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡିଥିଲେ ବାଇକ ଚାଳକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୭) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟ ଖେମୁଣ୍ଡିଖୋଲ ରାସ୍ତାରୁ ୧୫ ଫୁଟ ତଳକୁ ଖସିଲା ବାଇକ ।

ସୂଚନା ଅନୁଯାଇ କଂସାମାରି ଗ୍ରାମର ଡ଼ି.ସନ୍ତୋଷ କୌଣସି କାର୍ଯ୍ୟ ପାଇଁ ନିଜ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । କିନ୍ତୁ କୌଣସି କାରଣବଶତଃ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡିଥିଲେ । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରିଛି । ଘଟଣା ସ୍ଥଳରେ ସାନଖେମୁଣ୍ଡି ପୋଲିସ ପୋଲିସ ପହଞ୍ଚି ଦୁର୍ଘଟଣା ଜନିତ OD05BF9566 ନମ୍ବର ବିଶିଷ୍ଟ ଏଚ.ଏଫ ଡିଲକ୍ସ ବାଇକ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।

Popular Articles