Advertisements
Monday, July 6, 2020
Home District News ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ଓଡ଼ିଶାର ୩୧୪ ବ୍ଳକକୁ ପଦଯାତ୍ରା

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ଓଡ଼ିଶାର ୩୧୪ ବ୍ଳକକୁ ପଦଯାତ୍ରା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର (ତା ୨୪/୬): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକକୁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାଵୀ ନେଇ ଜନସଚେତନ ମଞ୍ଚ ଓଡ଼ିଶାର ଆବାହକ ସତ୍ୟ ବ୍ରତ ଦାସ ଗସ୍ତ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ କୁମର ପଣ୍ଡା ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ଦାବୀ ପତ୍ରରେ ୩ଟି ମୁଖ୍ୟତ୍ବ ଦାବୀ ଓଡ଼ିଶା ଏକ ଏଭଳି ରାଜ୍ୟ ଯାହାକି ପ୍ରତ୍ୟେକ ସମୟରେ ବିପର୍ଯ୍ୟୟ ସମୁଖିନ ହେଉଛି । ରାଜ୍ୟ ରାଜ୍ୟଶ୍ଵରେ ମଧ୍ୟ କ୍ଷତି ହେଉଅଛି । ଯଦି ଆମ ରାଜ୍ୟକୁ ସ୍ୱତନ୍ତ୍ରର ପାହ୍ୟା ର ମାନ୍ୟତା ମିଳେ ତାହାହେଲେ ସାଧାରଣ ଲୋକମାନେ ଉପକୃତ ଓ ବିକାଶ ତ୍ୱରାନ୍ୱିତ ହେବ। ମହାନଦୀର ଜଳ ସମସ୍ୟା କୁ ଯଥାଶୀଘ୍ର ସମାଧାନ ରାଜ୍ୟର ଲକ୍ଷ ଲକ୍ଷଲୋକଙ୍କ ର ଜୀଵନ ଜୀବିକାକୁ ପ୍ରଭାବିତ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ଏକ ବଡ଼ ଅଂଶ ଜଳମଗ୍ନ ହୋଇଯିବ ଯାହା ଦ୍ଵାରା ହଜାର ହଜାର ଆଦିବାସୀ ବାସହରା ହେବେ। ଏଣୁ ଆଦିବାସୀ ଙ୍କର ଜୀବନ ଧାରଣାକୁ ସ୍ବଭାବିକ କରିବାକୁ ପୋଲାଭରମ କୁ ଶିଘ୍ର ବନ୍ଦ କରାଯାଉ ବୋଲି ଲିଖିତ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଭଗବାନ ସିଣ୍ଡଲ ଗାଁର ସତ୍ୟବ୍ରତ ଦାସ ସେ ୩୩୯ ଦିନରେ ୨୦୨ଟି ବ୍ଳକ ପରିଭ୍ରମଣ କରିଛନ୍ତି। ସେ କାଶୀପୁର ବ୍ଳକ ଯିବେ ବୋଲି ମତ ଦେଇଛନ୍ତି ସେ ଓଡ଼ିଶାର ୩୧୪ଟି ବ୍ଳକ ଖାଲି ଚାଲିଚାଲି ପରିଭ୍ରମଣ କରିବେ ବୋଲି ପ୍ରକାଶ କରିଛନ୍ତି | ଏହି ବ୍ୟକ୍ତିଙ୍କୁ ପ୍ରତ୍ୟେକ ବ୍ଲକର ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶାସନ ସହଯୋଗ କରୁଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: