Friday, August 14, 2020
Home District News ଶିକ୍ଷକ ଶିକ୍ଷୟତ୍ରୀ କୋଭିଡ -୧୯ ନିୟମ ଉଲ୍ଲଙ୍ଘନ କରି କର୍ମକ୍ଷେତ୍ରରେ ଯୋଗ ଦେଉଥିବା ଅଭିଯୋଗ

ଶିକ୍ଷକ ଶିକ୍ଷୟତ୍ରୀ କୋଭିଡ -୧୯ ନିୟମ ଉଲ୍ଲଙ୍ଘନ କରି କର୍ମକ୍ଷେତ୍ରରେ ଯୋଗ ଦେଉଥିବା ଅଭିଯୋଗ

ରିପୋର୍ଟ: ଜଗନ୍ନାଥ ଦଳେଇ //
ଖଇରପୁଟ (୨୩/୦୬): ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ଲକର ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏବେ ନିଜ ଜିଲ୍ଲାରୁ ଫେରୁଛନ୍ତି ସେମାନେ ସିଧା ସଳଖ ଶିକ୍ଷା ଅନୁଷ୍ଠାନ କିମ୍ବା ବ୍ଲକ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ନ ଦେଇ ସରକାରଙ୍କ ଦ୍ୱାରା ନିର୍ଧାରିତ କୋଭିଡ-୧୯ନିୟମକୁ ମାନି ୭ଦିନ ଆନୁଷ୍ଠାନିକ ଓ ୭ଦିନ ଗୃହ ସଂଗରୋଧରେ ରହିବା ପରେ ହିଁ ନିଜ କର୍ମକ୍ଷେତ୍ରରେ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି ।

କିନ୍ତୁ ଖଇରପୁଟ ବ୍ଲକରେ ତାହାର ବ୍ୟତିକ୍ରମ ଦେଖା ଦେଇଛି । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଜିଲ୍ଲାରୁ ଓ ଅନ୍ୟ ରାଜ୍ୟରୁ ଆସିଥିଲେ ସୁଦ୍ଧା ବସ ରୁ ଓହ୍ଲେଇ ସିଧାସଳଖ କାର୍ଯ୍ୟାଳୟ,ସ୍କୁଲ,ପ୍ରଧାନ ଶିକ୍ଷକଙ୍କ ଘରକୁ ଯାଇ ଗହଳି କରିବା ଦେଖାଦେଉଛି । ନା ସେମାନେ ବ୍ଲକ ପ୍ରଶାସନ ନିକଟରେ ନିଜ ଆଗମନର ସୁଚନା ଦେଉଛନ୍ତି ନା ସରପଞ୍ଚକୁ ଜଣାଇ ଗୃହ ସଂଗରୋଧରେ ରହୁଛନ୍ତି । ଏହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । କୋଭିଡ-୧୯ର ନିୟମକୁ ଉଲଙ୍ଗନ କରିବାକୁ ପରୋକ୍ଷରେ ଅଧିକାରୀମାନେ ଉତ୍ସାହିତ କରୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । କିଛି ଶିକ୍ଷକ ଏବେ ବି ଜିଲା ବାହାରେ ରହି ପ୍ରଧାନ ଶିକ୍ଷକ ଓ ଅଧିକାରୀଙ୍କୁ ହାତ ଗୁଂଜା ଦେଇ ରାଜକୋଷରୁ ମୋଟା ଅଙ୍କର ଦରମା ପାଇଚାଲିଛନ୍ତି । ପ୍ରଶାସନର ନିର୍ଦେଶ ଅନୁସାରେ ବିଦ୍ୟାଳୟରେ ନାମ ଲେଖା କାର୍ଯ୍ୟ ଚାଲୁଥିବା ବେଳେ ଅନେକ ବିଦ୍ୟାଳୟରେ ଶିକ୍ଷକ ଯାଉ ନ ଥିବା ଓ କିଛି ବିଦ୍ୟାଳୟରେ ଶିକ୍ଷକମାନେ ପାଳି କରି ଯାଉଥିବା ଅଭିଯୋଗ ହେଉଛି | ଏ ଦିଗରେ ପଚାରିବାକୁ ବ୍ଲକ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସମ୍ଭବ ହେଇପାରି ନ ଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: