Advertisements
Monday, July 6, 2020
Home Cultural & Festival ରାୟଗଡା କେନ୍ଦ୍ରୀୟ ସୁରକ୍ଷା ବାହିନୀ ଙ୍କ ରଥଯାତ୍ରା ପାଳିତ

ରାୟଗଡା କେନ୍ଦ୍ରୀୟ ସୁରକ୍ଷା ବାହିନୀ ଙ୍କ ରଥଯାତ୍ରା ପାଳିତ

ରାୟଗଡା (23/06): ରାୟଗଡା ସିଆରପିଏଫ 4ର୍ଥ ବାଟାଲିୟନ ଙ୍କ ଦ୍ୱାରା ସମସ୍ତ ରୀତିନୀତି ଦ୍ୱାରା ରଥଯାତ୍ରା ପାଳିତ ହଯାଇଛି l କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବାରଣ ଥିବାରୁ ଆଡମ୍ବର ସହକାରେ ରଥଯାତ୍ରା ପାଳିତ ନ ହୋଇଥିଲେ ସୁଦ୍ଧା ପରମ୍ପରାଟିକୁ ସମ୍ପୂର୍ଣ ବନ୍ଦ କରିନାହାନ୍ତି ରାୟଗଡା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବାହିନୀ l

ଶ୍ରୀ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରରେ କାଳିଆ ସାଆନ୍ତେ ବଡ଼ଭାଇ ବଳଭଦ୍ର, ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ନେଇ ନଅଦିନପାଇଁ ମାଉସୀ ଗୁଣ୍ଡିଚା ଙ୍କ ଘରକୁ ଯାଆନ୍ତି l ଶ୍ରୀବିଗ୍ରହ ଙ୍କୁ ପହଣ୍ଡି କରି ରଥରେ ବିଜେ କରାଯାଏ କିନ୍ତୁ, ସୁଦର୍ଶନ ଙ୍କୁ ଶୂନ୍ୟପହଣ୍ଡି ରେ ରଥରେ ବିଜେ କରାଯାଏ l ଏହାପରେ ରଥରେ ସୁନାଖଡ଼ିକା ଦ୍ୱାରା ଛେରାପହିଁରା କରାଯାଇଥିଲା l ସିଆରପିଏଫ କୋମାଣ୍ଡେଣ୍ଟ ଶ୍ରୀଯୁକ୍ତ ୱାଇ.କେ ରାଜପୁତ ଛେରାପହଁରା କରିଥିଲେ l


ଏହି ରଥଯାତ୍ରା ଅବସରରେ ମେଡିକାଲ ଚି଼ଫ ଅଫିସର ଏକେ ମହାପାତ୍ର ସିଆରପିଏଫ ସେକେଣ୍ଡ କୋମାଣ୍ଡେଣ୍ଟ ମିଟୁ ରାୟ, ଡେପୁଟି କୋମାଣ୍ଡେଣ୍ଟ ଶ୍ରୀଯୁକ୍ତ ସନ୍ତୋଷ କୁମାର ଏବଂ ସମସ୍ତ ଯବାନ ଙ୍କ ଉପସ୍ଥିତିରେ ରଥଯାତ୍ରା ପାଳିତ ହୋଇଯାଇଛି l
ଉପସ୍ଥିତ ସମସ୍ତ ଯବାନ ଶ୍ରୀଜୀଉଙ୍କ ରଥ ଟାଣିଥିଲେ l ଏହାପରେ କେମ୍ପସ ଆଖପାଖ ଅଞ୍ଚଳରେ ପ୍ରସାଦ ବଣ୍ଟନ କରିଥିଲେ l ସମସ୍ତେ ମିଳିତ ଭାବେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିପୂତ ଭାବରେ କଳାସାଆନ୍ତଙ୍କ ରଥଯାତ୍ରା ପାଳିଥିଲେ l

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: