Saturday, August 15, 2020
Home Farmer Issue ଦଳିତ ନାବାଳିକାକୁ ବଳାତ୍କାର ଅଭିଯୋଗ : କ୍ରସର ମାଲିକ ଥାନାରେ ଅଟକ

ଦଳିତ ନାବାଳିକାକୁ ବଳାତ୍କାର ଅଭିଯୋଗ : କ୍ରସର ମାଲିକ ଥାନାରେ ଅଟକ

ପଦ୍ମପୁର,ତା ୨୩ ୵ ୬
ପାଇକମାଲ ଥାନା ଅନ୍ତର୍ଗତ ଚୁହାପାଲି ଗ୍ରାମ ନିକଟରେ ଥିବା ଏକ ଗେଟି କ୍ରସର ପରିସରରେ ଜଣେ ଦଳିତ ନାବାଳିକା ଝିଅକୁ ବଳାତ୍କାର କରା ଯାଇଥିବାର ଏକ ଗୁରୁତର ଅଭିଯୋଗ ପାଇକମାଲ ଥାନାରେ ମାମଲା ରୁଜୁ ହୋଇଛି ।

ପାଇକମାଲ ପୋଲିସ ଗେଟି କ୍ରସର ମାଲିକ ପାଇକମାଲ ନିବାସୀ ନନ୍ଦ କିଶୋର ଶ୍ରୀବାସ୍ତବ କୁ ଥାନାରେ ଅଟକ ରଖି ପୋଲିସ ଘଟଣା ସମ୍ପର୍କରେ ପଚାରା ଉଚରା କରୁଛ । ଘଟଣା ଅନୁସନ୍ଧାନରୁ ଜଣାଯାଇଛି ଯେ ସଂପୃକ୍ତ ନାବାଳିକା ର ବାପା, ମା ଶ୍ରୀବାସ୍ତବ ର କ୍ରସରରେ ଦୈନିକ ମଜୁରୀଆ ହିସାବରେ କାର୍ଯ୍ୟ କରୁଥିଲେ । କ୍ରସର ମାଲିକ ସେମାନେ ରହିବା ପାଇଁ ସେଠାରେ ଏକ ଘର ଦେଇଥିଲା । ଉକ୍ତ ନାବାଳିକା ଘରେ ଏକାକୀ ଥିବାର ସୁଯୋଗ ନେଇ କ୍ରସର ମାଲିକ ମୋବାଇଲ୍ ଚାର୍ଜ କରିବା ବାହାନାରେ ତା ଘରକୁ ଯାଇ ଝିଅକୁ ବଳାତ୍କାର କରିବା ଅଭିଯୋଗ ଥାନାରେ ହୋଇଛି । ଘଟଣା ଟି ଗତ ସାତ ଦିନ ତଳେ ଘଟିଥିବା ବେଳେ କ୍ରସର ମାଲିକ ଝିଅ ର ପରିବାର କୁ ପଇସା ପତ୍ର ଦେବା ସହ ଧମକ ଚମକ ଦେଇ ଘଟଣା କୁ ଚପାଇ ଦେଇଥିଲେ । ଝିଅ ଓ ତାଙ୍କ ପରିବାର ର ଲୋକେ ଭୟଭୀତ ହୋଇ ଏ ସମସ୍ତ ଘଟଣା ମିଠାପାଲ ନିକଟସ୍ଥ ଡୁଙ୍ଗୁରୀପାଲି ଗ୍ରାମର ତାଙ୍କର ବନ୍ଧୁ ପରିବାରଙ୍କୁ ଜଣାଇଥିଲେ । ଗତ କାଲି ଝିଅକୁ ଧରି ପରିବାର ଲୋକେ ପାଇକମାଲ ଥାନାକୁ ଯାଇ ତାଙ୍କର ଝିଅକୁ ଧର୍ଷଣ ହୋଇଥିବାର ଅଭିଯୋଗ କରିଥିଲେ । ଦଳିତ ପରିବାର ର ଜଣେ ନାବାଳିକା ଝିଅ ପ୍ରତି ଧର୍ଷଣ ଅଭିଯୋଗ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ରିପୋର୍ଟ କରାଯିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପାଇକମାଲ ପୋଲିସ ର ଭୂମିକା ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରୁଛି ।

ରିପୋର୍ଟ – ନିରୋଜ କୁମାର ପାଣୀ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: