Advertisements
Monday, July 6, 2020
Home Cultural & Festival ବିନା ରଥଟଣାରେ ମାଉଁସୀ ଘରକୁ ଗଲେ ତିନି ଠାକୁର

ବିନା ରଥଟଣାରେ ମାଉଁସୀ ଘରକୁ ଗଲେ ତିନି ଠାକୁର

ପଦ୍ମପୁର (ତା ୨୩ ୵ ୬): ମାନ୍ଯବର ସର୍ବୋଚ୍ଚ ନ୍ୟାୟାଳୟ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ କରାଇବା ପାଇଁ ଶେଷ ମୁହୂର୍ତ୍ତରେ ଅନୁମତି ଦେଇଥିଲେ । ଅଥତ ବିଧିରକ୍ଷା ପାଇଁ ପଦ୍ମପୁର ସହରରେ ବିନା ରଥଟଣାରେ ତିନି ଠାକୁର ଙ୍କୁ ମାଉଁସୀ ଘରକୁ ନିଆଯାଇଛି ।

ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ, ସ୍ଥାନୀୟ ମେହେର ପଡା ଓ ରଜାପଡା ରେ ସଟ ଡାଉନ୍ ଭିତରେ ତିନି ଠାକୁରଙ୍କୁ ହାତଗଣତି ଶ୍ରଦ୍ଧାଳୁ ଙ୍କୁ ନେଇ ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା । ବିଧି ଦୃଷ୍ଟିରୁ ତିନି ଠାକୁରଙ୍କୁ ରଥକୁ ଚତାଇ ଦିଆଯାଇ ସାଙ୍ଗେ ସାଙ୍ଗେ ଓହ୍ଲାଇ ଦିଆଯାଇଥିଲା । ପୋଲିସ ନିରାପତ୍ତା ବଳୟ ଭିତରେ ମେହେର ପଡାରୁ ସାହୁପଡା ଗୋପାଳଜୀ ମନ୍ଦିର ଓ ରଜାପଡା ରୁ ଶାନ୍ତି ପଡା ସ୍ଥିତ ମାଉଁସୀ ଘରକୁ ତିନି ଠାକୁରଙ୍କୁ ନିଆଯାଇଥିଲା । ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ସହିତ ଅନ୍ଯାନ୍ଯ ନିୟମାବଳୀ କୁ କଡାକଡି ଭାବେ ପାଳନ କରାଯିବାର ପରିଲକ୍ଷିତ କରା ଯାଇଥିଲା । ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହକାରୀ ଉପ ଜିଲ୍ଲାପାଳ ଦୀପ୍ତିମୟୀ ଭୁଏ, ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ଆଇଆଇସି ମାନସ ରଞ୍ଜନ ପ୍ରଧାନ, ଲୋକ ସମ୍ପର୍କ ଓ ସୂଚନା ଅଧିକାର ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଏନଏସି ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: