Saturday, August 15, 2020
Home District News ଆଦିବାସୀ ମହିଳାମାନେ ଜଳ ସଂରକ୍ଷଣ ଓ ଜୈବିକ ପଦ୍ଧତିରେ କୃଷି କରି ସୃଷ୍ଟି କଲେ ଅନନ୍ୟ...

ଆଦିବାସୀ ମହିଳାମାନେ ଜଳ ସଂରକ୍ଷଣ ଓ ଜୈବିକ ପଦ୍ଧତିରେ କୃଷି କରି ସୃଷ୍ଟି କଲେ ଅନନ୍ୟ ଉଦାହରଣ

ରିପୋର୍ଟ: କୈଳାସ ଚନ୍ଦ୍ର ମାଳବିଶୋୟୀ //
ମୁନିଗୁଡା (ତା-୨୨-୦୬): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଠାରୁ ମାତ୍ର ଦଶ କିଲୋମିଟର ଦୂର ଆଦିବାସୀ ଗାଁ ଡ଼ାଲମେରୀଡ।ପ୍ରତି ବର୍ଷ ବର୍ଷା ଦିନେ ଗ୍ରାମ ପାହାଡ଼ି ଜଙ୍ଗଲରୁ ବର୍ଷାର ଧାରା ବୋହି ଗାଁ ମୁଣ୍ଡରେ ଥିବା ନାଳରେ ପଶୁଥିଲା ।

ଫଳରେ ନାଳ ମଧ୍ୟରେ ବାଲିଚର ସୃଷ୍ଟି ହେବା ସହ ଜଳସେଚନରେ ମଧ୍ୟ ବ୍ୟାଘାତ ସୃଷ୍ଟି କରୁଥିଲା।ପ୍ରଶାସନକୁ ଜଣେଇ କୌଣସି ସୁଫଳ ନମିଳିବାରୁ ମହିଳାମାନେ ସଂଗବଧ ହୋଇ ପଥର ବନ୍ଧ ବନ୍ଧାଇବାକୁ ଦୃଢ଼ ସଂକଳ୍ପ ନେଲେ।ଦୃଢ଼ ଇଛାଶକ୍ତି ଆଉ କଠିନ ପରିଶ୍ରମ ଫଳରେ ବନ୍ଧ ତ ହୋଇଗଲା ଆଉ ବନ୍ଧର ଉପର ମୁଣ୍ଡରେ ଜଳ ସଂରକ୍ଷଣ ହୋଇ ଏକ ନୂତନ ସୃଷ୍ଟିର ସମ୍ଭାବନା ସୃଷ୍ଟି କଲା।ଦୂତୀୟତ ନାଳ ଓ ପାଖ ପୋଖରୀରେ ରେ ବାଲିଚର ମାଡିବା ସବୁଦିନ ପାଇଁ ବନ୍ଧ ହୋଇଗଲା।ଆଜି ଏହି ଆଦିବାସୀ ମହିଳା ମାନଙ୍କ ସଂଗବୋଧ ଯୋଜନାର ପ୍ରଭାବ ନିକଟସ୍ଥ କାରୁଦାଙ୍ଗ ଗ୍ରାମରେ ପଡିଛି।

ଏହି ଗ୍ରାମର ୨୦ଟି ପରିବାରରେ ମହିଳା ମାନଙ୍କ ସହାୟତାରେ ଆରମ୍ଭ ହୋଇଛି ଜୈବିକ କୃଷି।ଏହି କୃଷି ସେମାନଙ୍କୁ ଆତ୍ମନିର୍ଭର ଶୀଳତାର ମାର୍ଗ ଦେଖାଇଛି।ଡାଲମେରୀଡି ଓ କାରୁଦାଙ୍ଗର ପଲ୍ଲୀ ଗାଁ ଆଜି ଅନ୍ୟ ଗାଁ ମାନଙ୍କ ପାଇଁ ଅନନ୍ୟ ଉଦାହରଣ ସାଜିଛି।ନୂଆଦିଲ୍ଲୀର ଏକ ସ୍ବେସ୍ଛାସେବୀ ସଂସ୍ଥା “ଗୁଞ୍ଜ” ର ସହାୟତା ଓ ସ୍ଥାନୀୟ ମହାଶକ୍ତି ଫାଉଣ୍ଡେସନର ଆୟୋଜନରେ ଏହି ଦୁଇ ଗ୍ରାମର ୪୦ଟି ପରିବାରକୁ ସମାନ ଜଣାଇବା ସହ କରୋନା ସହାୟତା ସ୍ୱରୂପ ରିଲିଫ ସାମଗ୍ରୀ ପ୍ରଦାନ କରିଛନ୍ତି।ଏହି ଗ୍ରାମକୁ ପରିଦର୍ଶନରେ ଯାଇ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ସେମାନଙ୍କର ଜଳ ସଂରକ୍ଷଣ ବ୍ୟବସ୍ଥା ଓ ଜୈବିକ କୃଷି ଦେଖି ଅବିଭୂତ ହୋଇଥିଲେ।

ତାଙ୍କ ସହ ସହକର୍ମୀ ତପନ ନାୟକ,ମହେଶ୍ୱର ବ୍ରହ୍ମଚାରୀ ଜସିଥିଲେ।ଗ୍ରାମର ମୁଖିଆ ମୋହନ ଯାକେସିକା,ରତ୍ନାଲୁ କାଦ୍ରକା ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: