Advertisements
Monday, July 6, 2020
Home Cultural & Festival ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ମିଳିଲା ସର୍ତ୍ତ ମୂଳକ ଅନୁମତି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ମିଳିଲା ସର୍ତ୍ତ ମୂଳକ ଅନୁମତି

ରିପୋର୍ଟ:ଓଡିଶା ନ୍ୟୁଜ୨୪ବ୍ୟୁରୋ //
ପୁରୀ (୨୨/୦୬): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଦୂର ହୋଇଛି । ଶେଷରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ପାଇଁ ଦେଇଛନ୍ତି ଅନୁମତି । ତେଣୁ ଆସନ୍ତାକାଲି ବଡ଼ଦାଣ୍ଡରେ ୩ରଥ ଗଡ଼ିବ । କିନ୍ତୁ କୋର୍ଟ ଏନେଇ କିଛିଟା ସର୍ତ ରଖିଛନ୍ତି । ସେଇ ସର୍ତ୍ତ ଆଧାରରେ ବିନା ଭକ୍ତରେ ରଥଯାତ୍ରା କରାଯିବ । ଏହାଦ୍ୱାରା କରୋନା ସଂକ୍ରମଣକୁ ନେଇ ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ମଧ୍ୟ ଦୂର ହୋଇଛି।

ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଗତ କିଛିଦିନ ହେଲା ଆଶଙ୍କା ସୃଷ୍ଟି ହୋଇଥିଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏବର୍ଷ ରଥଯାତ୍ରା ହେବନାହିଁ ବୋଲି ସମସ୍ତେ ଭାବି ନେଇଥିଲେ । ରାଜ୍ୟ ସରକାର ମଧ୍ୟ ରଥଯାତ୍ରା ସମ୍ପର୍କରେ କୌଣସି ସ୍ପଷ୍ଟ ମତ ରଖି ନ ଥିଲେ । ଏହିଭଳି ପରିସ୍ଥିତିରେ ମହାପ୍ରଭୁ ତାଙ୍କର ଅଲୌକିକ ମହିମା ଦେଖାଇ ଭକ୍ତଙ୍କ ଇଚ୍ଛାକୁ ସେ ପୂରଣ କରିଛନ୍ତି । ଆଜି ସୁପ୍ରିମକୋର୍ଟରେ ଦେଢଘଣ୍ଟା ଧରି ଶୁଣାଣି ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମିଳନ ପାଇଁ ଦେଖାଦେଇଥିବା ପ୍ରତିବନ୍ଧକ ହଟିଯାଇଛି। ୧୮ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଶୁଣାଣି ବେଳେ ଜଗନ୍ନାଥଙ୍କ ରୀତିନୀତି ଓ ପରମ୍ପରା ସମ୍ପର୍କରେ ଅବଗତ ହେବାପରେ ଘୋଷଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଯାହାଦ୍ୱାରା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କର ଆଶ୍ୱସ୍ତ ହୋଇଛନ୍ତି । ସେମାନେ ବଡ଼ଦାଣ୍ଡରେ ରହି ୩ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ନ ପାଇଲେ ମଧ୍ୟ ଘରେ ରହି ଟିଭି ପରଦାରେ ରଥଯାତ୍ରା ଦେଖିବେ । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଜଷ୍ଟିସ ବୋବଡେ ନାଗପୁସ୍ଥିତ ତାଙ୍କ ବାସଭବନରୁ ଏଥିରେ ସାମିଲ ହୋଇଥିଲେ । ଶୁଣାଣିବେଳେ ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ରଥଯାତ୍ରା ନେଇ ସେମାନଙ୍କର ପକ୍ଷ ରଖିଥିଲେ । ଆଜି ସୁପ୍ରିମକୋର୍ଟରେ ଶୁଣାଣିବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ, ବରିଷ୍ଠ ଆଇନଜୀବୀ ମୋହନ ପରାସରନ, ରଞ୍ଜିତ୍ କୁମାର, ମନିନ୍ଦର ସିଂ, ଅରିଜିତ ପ୍ରସାଦ ପ୍ରମୁଖ ରଥଯାତ୍ରା ସପକ୍ଷରେ ମତ ରଖିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: