Advertisements
Monday, July 6, 2020
Home District News କନ୍ଧମାଳ ଜିଲ୍ଲାର ଗର୍ବ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି

କନ୍ଧମାଳ ଜିଲ୍ଲାର ଗର୍ବ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି

ଫୁଲବାଣୀ (୨୨/୦୬): ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ ମାତା ମିନତୀ ମହାନ୍ତିଙ୍କ ତୃତୀୟ କନ୍ୟା ସେ । କନ୍ଧମାଳ ମାଟିର ଛୁଆ ହୋଇ ଆକାଶ ବାହିନୀର ଫ୍ଲାଇଂ ଅଫିସ ହୋଇ ନିଜର ପ୍ରଗାଢ ଚେଷ୍ଟା ଦେଖାଇ ପାରିଛନ୍ତି ।

ଗୋଟିଏ ମଧ୍ୟବିତ୍ତ ପରିବାରର କନ୍ୟା ସନ୍ତାନ ହୋଇ ମଧ୍ୟ ନିଜର ଆପ୍ରାଣ ଚେଷ୍ଟା ଏବଂ ଅଧ୍ୟୟନ ପ୍ରତିଥିବା ତାଙ୍କର ପ୍ରଗାଢ଼ ଆଗ୍ରହ ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇ ପାରିଛି । ନିଜର ପରିବାରରେ ନିଜର ଜେଜେ ପ୍ରକାଶ ମହାନ୍ତି ଯେ କି ଜଣେ ସ୍ଥଳ ବାହିନୀର ଅବସର ପ୍ରାପ୍ତ ନାଏକ । ଏବଂ ନିଜର ଦାଦା ମେଜର ପରୀକ୍ଷିତ ମହାନ୍ତିଙ୍କର ପ୍ରୋତ୍ସାହନ ଏବଂ ତତ୍ତ୍ୱାବଧାନ ତାଙ୍କୁ ଏହି ଦିଗରେ ବହୁତ ସହାୟକ ହୋଇଥିଲା । ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ନିଜର ଦାଦାଙ୍କର ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା । ନିଜର ପ୍ରାଥମିକ ଶିକ୍ଷା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ଏବଂ ତାର ପରବର୍ତ୍ତୀ ସମୟରେ ଫୁଲବାଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଜର ଦଶମ ଶ୍ରେଣୀ ଶେଷ କରିବା ପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ା ଶେଷ କରିଥିଲେ ସେ । ଏହା ପରେ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଅନନ୍ତପୁରରେ ନିଜର ସ୍ନାତକ ଏବଂ ପଣ୍ଡିଚେରୀ ସେଣ୍ଟ୍ରାଲ ୟୁନିଭରସିଟିରୁ ପୋଷ୍ଟ ଗ୍ରାଜୁଏସନ ପଦାର୍ଥ ବିଜ୍ଞାନରେ ସମାପ୍ତ କରିବା ପରେ ଏୟାର ଫୋର୍ସ ପାଇଁ ମନୋନିବେଶ କରିଥିଲେ ସେ । ଯେଉଁଥିରେ କୃତକାର୍ଯ୍ୟ ହେବାପରେ ହାଇଦ୍ରାବାଦର ଏୟାର ଫୋର୍ସ ଏକାଡେମୀ ଡୁଣ୍ଡିଗାଲରୁ ଚଳିତ ବର୍ଷ ଜୁନ ୨୦ରେ ଗ୍ରାଜୁଏଟ ହୋଇ ଫ୍ଲାଇଙ୍ଗ ଅଫିସରର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସେ ।  ଯେଉଁଥିପାଇଁ ତାଙ୍କର ସମସ୍ତ ପରିବାର ନିଜର ସନ୍ତାନକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି ।

ରିପୋର୍ଟ: ଜଗଦୀଶ ଦାଶ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: