Advertisements
Monday, July 6, 2020
Home Corona Breaking ୨୨ ଜୁନ ସକାଳ ୬ଟାରୁ ୨୪ ଜୁନ ସକାଳ ୬ଟା ପର୍ଯ୍ୟନ୍ତ ବିଲାଟ ଗାଁ ସଟ୍...

୨୨ ଜୁନ ସକାଳ ୬ଟାରୁ ୨୪ ଜୁନ ସକାଳ ୬ଟା ପର୍ଯ୍ୟନ୍ତ ବିଲାଟ ଗାଁ ସଟ୍ ଡାଉନ୍

ରିପୋର୍ଟ: ମାନସ ରଞ୍ଜନ ରାଉତ //
ନର୍ଲା (୨୨/୬): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ବ୍ଲକର ବିଲାଟ ଗାଁରେ ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରବିବାର ଉକ୍ତ ପରିବାରର ଆଉ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବିଲାଟ ପରି ଏକ ଛୋଟ ଗାଁରେ ଗୋଟିଏ ପରିବାରର ୮ ଜଣ କୋଭିଡ୍-୧୯ ସଂକ୍ରମିତ ହେବାପରେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଆଗକୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ତଥା ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଲାଟ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହାସହ ଆଜି (ସୋମବାର) ସକାଳ ୬ ଘଣ୍ଟା ଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ କେବଳ ବିଲାଟ ଗାଁକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି ବୋଲି ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ସୂଚନା ଦେଇଛନ୍ତି । ଏହାସହ ସାମାଜିକ ଦୁରତ୍ବ ରକ୍ଷା, ବାଦ୍ଧ୍ୟତାମୂଳକ ମାସ୍କ ପରିଧାନ, ବିଲାଟ ଗାଁକୁ କୌଣସି ବାହାର ଲୋକଙ୍କ ପ୍ରବେଶ ନିଷେଧ ଓ ବିଲାଟବାସୀ ବାହାରକୁ ଯିବା ଉପରେ ରୋକ ଲଗାଯାଇଛି ।

ଯଦି କୌଣସି ବ୍ୟକ୍ତି ଏହାର ଖିଲାପ କରନ୍ତି ତେବେ କୋଭିଡ୍-୧୯ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସରପଞ୍ଚ ଚିତ୍ତରଞ୍ଜନ ରଣା ପ୍ରକାଶ କରିଛନ୍ତି । ଏନେଇ ରୁପ୍ରାରୋଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ପତ୍ରସଂଖ୍ୟା ୩୯୫/୨୦୨୦ ରେ ଏକ ନୋଟିସ୍ ପ୍ରକାଶ କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: