Saturday, August 8, 2020
Home Uncategorized ବିଶ୍ଵ ସଙ୍ଗୀତ ଦିବସ ପାଳିତ, ପଦ୍ମପୁର ଉପଖଣ୍ଡ

ବିଶ୍ଵ ସଙ୍ଗୀତ ଦିବସ ପାଳିତ, ପଦ୍ମପୁର ଉପଖଣ୍ଡ

ପଦ୍ମପୁର (୨୨/୦୬): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲଟ ବ୍ଲକ ଅନ୍ତର୍ଗତ ସରଧାପାଲି ଗ୍ରାମର ମହାଜନ ଡୁଙ୍ଗୁରି ଠାରେ ସରଗମଳି ସାଂସ୍କୃତିକ ଅନୁଷ୍ଠାନ, ସରଧାପାଲି ତରଫରୁ କୁବେର ସାହୁଙ୍କ ନେତୃତ୍ବରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ ହୋଇଥିଲା l

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ଲଲିତ ଜଗତ ଉପସ୍ଥିତ ଥିଲେ l ଦଣ୍ଡ ଢ଼ୋଲ, ବଜା ଢ଼ୋଲ, ନିଶାନ, ତାଶା, ମୁହୂରୀ, ମୃଦଙ୍ଗ, ମର୍ଦ୍ଦଲ, ଗିନି, ବଂଶୀ, ଘୁଡକା, ଠିକ୍ ଡି, ବ୍ରହ୍ମ ବୀଣା, ଖଞ୍ଜନି, ସାରଂଗୀ, ଝାଞ୍ଜ ଇତ୍ୟାଦି ଅନେକ ପୁରାତନ ବାଦ୍ୟଯନ୍ତ୍ରକୁ ନେଇ ସମସ୍ତ କଳାକାର ସାମାଜିକ ଦୂରତା ରକ୍ଷା କରି ସଙ୍ଗୀତ ପରିବେଷଣ କରିଥିଲେ l ଅନୁଷ୍ଠାନର କଣ୍ଠଶିଳ୍ପୀ ଦସରଥ ବାଗ, ବାଦ୍ୟଯନ୍ତ୍ରରେ କୈଳାସ ଚନ୍ଦ୍ର ନାଗ, ଦୁର୍ଗସ୍ଵର ବାଗ, ଫଗନୁ ମହଲl, ବିଜଯ ଭୋଇ, ସଙ୍କର କୁମ୍ଭାର ସୁଧl ପ୍ରଧାନ, ଭୀମ ବାରିକ, ରାକେଶ ଚନ୍ଦ୍ର ପଣ୍ଡା, ନାରାୟଣ ଗୁରୁ, ଅନିଲ ତରୀଆ, ଭଗବାନ ସାହୁ, ବିଶିଷ୍ଟ ଦୁଳିଆ ବଳ ବାଗ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଅନୁଷ୍ଠାନ ର କଳାକାର ମାନେ ରାଜ୍ଯ ତଥା ଦେଶର ବିଭିନ୍ନ ସ୍ଥାନରେ କଳା ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି l ଅନେକ ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟଯନ୍ତ୍ର ଅଛି, ସେ ସବୁ ଧୀରେ ଧୀରେ ଲୁଚି ଯାଉଅଛି l ସେ ସବୁକୁ ବଞ୍ଚାଇବାକୁ ଅନୁଷ୍ଠାନ ପ୍ରୟାସ ଜାରି ରଖିଛି l ଶେଷରେ ଅନୁଷ୍ଠାନର ସଭାପତି ଟିକେସ୍ଵର ସାହୁ ଉପସ୍ଥିତ ସମସ୍ତ କଳାକାରଙ୍କୁ ଧନ୍ଯବାଦ ଦେଇଥିଲେ l

ରିପୋର୍ଟ – ନିରୋଜ କୁମାର ପାଣୀ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: