Friday, August 14, 2020
Home District News ମନମୁଖୀ କାର୍ଯ୍ୟକୁ ନେଇ କୋଦଳା ବାସିନ୍ଦାଙ୍କ ଏନଏସି କାର୍ଯ୍ୟଳୟ ଘେରାଉ

ମନମୁଖୀ କାର୍ଯ୍ୟକୁ ନେଇ କୋଦଳା ବାସିନ୍ଦାଙ୍କ ଏନଏସି କାର୍ଯ୍ୟଳୟ ଘେରାଉ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୨୨/୦୬): ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ବାରମ୍ବାର ମନମୁଖୀ କାର୍ଯ୍ୟକୁ ନେଇ ଶେଷରେ ସୋମବାର ଦିନ ସ୍ଥାନୀୟ ଜନସାଧାରଣ ଏହାକୁ ପ୍ରତିବାଦ କରି ଏନଏସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏଥିସହ ବିଭିନ୍ନ ଦାବି ମଧ୍ୟ ରଖିଥିଲେ ।

ଯେପରିକି କ୍ବାରେନଟାଇନର ଅବଧି ଶେଷପରେ ମଧ୍ୟ ୨ ହଜାର ଟଙ୍କା ନମିଳିବା, ଲେବର୍ କାର୍ଡ ଧାରୀଙ୍କ ନାମରେ ଟଙ୍କା ଆସିଥିଲେ ମଧ୍ୟ ନ ମିଳିବା ଓ ପୂର୍ବରୁ ଏନଏସି ରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ପାଟି କରିଥିଲେ। ଏଥି ସହ ବିଜେପିର ବିଭିନ୍ନ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ,ଯେପରିକି କବିସୂର୍ଯ୍ୟନଗର ବିଧାୟକ ପାର୍ଥି ରଞ୍ଜନ ପୋଲାଇ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ। ପ୍ରକାଶ ଥାଉ କି ଯେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତି ସମ୍ପର୍କରେ ଖବର ପକାଶ ପାଇ ଆସୁଥିଲା, ତତ ସହ କୋଦଳାର କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କୁ ନେଇ ମନମୁଖୀ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଠିକାଦାର ପୋଷଣ ନୀତି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜାଣିଶୁଣି ଚୁପ୍ ରହୁଥିଲେ ସଂପୃକ୍ତ ଅଧିକାରୀ। ଏପରିକି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ଯବସ୍ଥା ଅଭିଯୋଗ ସଂପର୍କୀତ ଖବର ପ୍ରକାଶ ପାଇଥିଲା। ଏଥି ସହ ଟେଣ୍ଡର ଫିକ୍ସିଂ ଓ ସରିଯାଇଥିବା କାର୍ଯ୍ୟ ଉପରେ ମଧ୍ୟ ମନଇଚ୍ଛା ଟେଣ୍ଡର କାଢ଼ିବା ଇତ୍ୟାଦି।ସମ୍ବଲପୁର ରୁ ବଳୟ ଦେଉରୀଙ୍କୁ କୋଦଳା ଏନ୍.ଏ.ସି କୁ ବଦଳି କରାଯାଇଥିଲା ଏନେଇ ରାଜ୍ୟ ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ର ସଂଖ୍ୟା – ୯୩୯୪(୨୦/୦୫/୨୦୨୦) ରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜିକୁ ଦୀର୍ଘ ଦିନ ପୁରିଯାଇଥିଲେ ମଧ୍ୟ ଏ ଯାଏଁ ଉକ୍ତ ଅଫିସର କୋଦଳା ଏନ୍.ଏ.ସି ଭାର ଛାଡି ଯାଇନାହାନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ଲୋକଙ୍କ କହିବା ଅନୁଯାୟୀ ଉକ୍ତ ବାବୁଙ୍କର ରାଜନୀତିକ କ୍ଷେତ୍ରରେ ଲମ୍ବା ହାତ ଅଛି ଯଦ୍ୱାରା ସେ ଏଠାରୁ ନ ଯାଇ ତରବରିଆ ଭାବରେ ଅନେକ ଟେଣ୍ଡର ବାହାର କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ଏତତ ବ୍ୟତୀତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଅଚାନକ କୋଦଳା ଏନଏସି ଗ୍ରସ୍ତରେ ଆସି ଏନଏସି ପକ୍ଷରୁ ନିର୍ମାଣଧୀନ ଥିବା ଏମିସିସି ଓ ଏମଆରସ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଥିବା ଦେଖି ସୁଜିତ କୁମାର ଚୌଧୁରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଏନଏସି ଏକ୍ସକ୍ୟୁଟିଭି ଅଫିସର ଶ୍ରୀ ଚୌଧୁରୀଙ୍କ ଫୋନରେ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। ଏ ନେଇ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତି କରିଛନ୍ତି ଯେ ଯଦି ଏହାର ସମାଧାନ ତୁରନ୍ତ ନ ହୁଏ ତାହେଲେ ସେମାନେ ପରବର୍ତୀ ସମୟରେ ରାଜରାସ୍ତକୁ ଓଲ୍ହାଇବେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: