Friday, March 29, 2024

Top 5 This Week

Related Posts

1. Best Culture: ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପର (୧୭/୦୭): ମନ୍ଦିର ମାଳିନୀ ସୁବର୍ଣ୍ଣପୁର- ଆଜି ଶ୍ରାବଣ ଦ୍ଵିତୀୟ ସୋମବାର ଉପଲକ୍ଷେ ସୁବର୍ଣ୍ଣପୁର ସହର ର ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ଶୈବ ପୀଠ, ଇଷ୍ଠ ଦେବ ଶ୍ରୀ ସୁବର୍ଣ୍ଣମେରୁ ପୀଠ, ଓଁ କାର ନାଥ, ଶ୍ରୀ ପଶ୍ଚିମ ସୋମନାଥ, ଶ୍ରୀ ଗୋକର୍ଣଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ପଞ୍ଚରଥ ମନ୍ଦିର ତଥା ଅଷ୍ଟ ଶମ୍ଭୁ ଓ ଜିଲ୍ଲାର ପ୍ରମୁଖ ଶୈବ ପୀଠ ମାନଙ୍କରେ ବୋଲବମ କାଉଡ଼ିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା l0248a7fd 2b84 4ca8 a39e 68966e163e1d 1. Best Culture: ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼

ମନ୍ଦିର ମାଳିନୀ ସୁବର୍ଣ୍ଣପୁର-ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମହାନଦୀ ଘାଟ ଓ ବିଭିନ୍ନ ଘାଟ ରେ ବୁଡ ପକାଇ ହଜାର ହଜାର ଭକ୍ତ ସହର ର ସମସ୍ତ ଶୈବ ପୀଠ ରେ ମହାପ୍ରଭୁ ଶିବ ଙ୍କୁ ଜଳ ଲାଗି କରିଥିଲେ l ସହରରେ ଆଜି କାଉଡ଼ିଆଙ୍କ ଶଙ୍ଖ ଧ୍ୱନି,ବୋଲବମ୍ ଓ ଶିବ ନାମ ହରି ନାମ କୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ମନ୍ଦିର କମିଟି ମାନଙ୍କ ପକ୍ଷରୁ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନ ସହ ବିଭିନ୍ନ ସେବାର ବ୍ୟବସ୍ଥା କରାଯାଇଛି l ଶାନ୍ତି ଶୃଙ୍ଖଳାରକ୍ଷା ପାଇଁ ମନ୍ଦିରକମିଟି, ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରା ହୋଇଛି l

ଶ୍ରାବଣ ସୋମବାର ରେ ଶିବ ପାର୍ବତୀ ଙ୍କୁ ଦର୍ଶନ ଓ ଜଳ ଲାଗି କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଭକ୍ତ ଙ୍କ ଦୃଢ଼ ବିଶ୍ୱାସ ରହିଛି ଏବଂ ଦ୍ଵିତୀୟ ସୋମବାର ରେ ଚାରିଗୋଟି ସଂଯୋଗ ଯୋଗୁଁ ପାଣି ଢ଼ାଳିଲେ ମହା ପୁଣ୍ୟ ହୋଇ ଥାଏ ବୋଲି ବିଶ୍ୱାସ ରହିଛି ଯାହାକି ସେମାବତୀ ଅମାବାସ୍ୟା, ହରିଆଳି ଅମାବାସ୍ୟା,, ରୁଦ୍ରା ଭିଷେକ ଓ ପୁନର୍ବସୁ ନକ୍ଷତ୍ର ସଂଯୋଗ ପଡୁଥିବାରୁ ସ୍ନାନ ଓ ଦାନ କଲେ ଆଜି ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଲୋକ ଙ୍କ ବିଶ୍ୱାସ ରହିଛି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

1 COMMENT

Comments are closed.

Popular Articles