1. Best Plantation: ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

0
86
ସେଞ୍ଚୁରିଆନ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା, ୧୭/୦୭/୨୦୨୩ : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ- ପ୍ରାକୃତିକ ପରିବେଶକୁ ସବୁଜିମା ଓ ସୁସ୍ଥ ସମାଜ ଗଠନ ପାଇଁ ଵୃକ୍ଷରୋପଣ ଆନିବାର୍ଯ୍ୟ। ତେଣୁ ଧରାପୃଷ୍ଠକୁ ସବୁଜମୟ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହୋଇଥିବାବେଳେ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ବୋଲି ଉକ୍ତି ଯଥାର୍ଥତା ସାବ୍ୟସ୍ତ ହୋଇଛି ।dcb4e078 4dd1 436d 9c0c ef0362c8fa28 1. Best Plantation: ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ- ରାୟଗଡ଼ା ଆରକ୍ଷୀ ଅଧିକ୍ଷ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବନମୋତ୍ସବ ସପ୍ତାହ ପାଳନ ଅବସରରେ ବିଭିନ୍ନ ଫଳ ଚାର ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷ ବିବେକାନନ୍ଦ ଶର୍ମାଙ୍କ ସହ ତାଙ୍କ ପିତା ସୁବାଷ ଚନ୍ଦ୍ର ଶର୍ମା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ବି. ଲକ୍ଷ୍ମୀନାରାୟଣ ପୃଷ୍ଟି, ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ, ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର, ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ର ଶେଖର ପାତ୍ର, ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ କୃଷ୍ଣ ପ୍ରସାଦ ମହାପାତ୍ର ପାତ୍ରଙ୍କ ସମେତ ଶିକ୍ଷାନୁଷ୍ଠାନ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପ୍ରାୟ ୪୦ ଗୋଟି ବିଭିନ୍ନ କିସମର ଫଳ ଚାରାରୋପଣ କରିଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମଣିଷଙ୍କ ପାଇଁ ବୃକ୍ଷ ଉପାଦେୟତା ସମ୍ପର୍କରେ ନିର୍ଦ୍ଧେଶକ ଶ୍ରୀ ପାଢ଼ୀ ଓ ଏସପି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।