Thursday, March 28, 2024

Top 5 This Week

Related Posts

1. Best News: ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା (୧୭/୦୭): ଅଦ୍ୟ ତା-୧୭.୦୭.୨୦୨୩ ରିଖ ସୋମବାର ସକାଳ ଘ.୧୧.୦୦ ମି ରେ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିର, ରାୟଗଡା ରେ ଜିଲ୍ଲା ଆଇନସେବା ପ୍ରାଧିକରଣ,ରାୟଗଡା ତରଫରୁ “J.J.(CPC) Act & Right to Compulsory Act ” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି |3c13b968 12fb 49c9 996f 8d59fea61fc3 1. Best News: ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ଏହି କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ J.J.(CPC) Act & Right to Compulsory Education Act ଉପରେ ଆଲୋଚନା ହୋଇଥିଲା | ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଅତିରିକ୍ତ ଜିଲ୍ଳା ଶିକ୍ଷI ଅଧିକାରୀ ଶ୍ରୀ ଭଜନଲାଲ ମାଝି, ଜେ.ଜେ.ବି ବୋଡ ର ସଦସ୍ୟ ଶ୍ରୀମତି ପ୍ରଣତି ପାତ୍ର, ଶିଶୁ ମଙ୍ଗଳ କମିଟି ର ସଦସ୍ୟ ଶ୍ରୀମତି ଜ୍ୟୋସ୍ନାମୟୀ ପାଢି, ଶ୍ରୀ ଗଗାରିନ ସବର, ରାୟଗଡା ବାର ଆସୋସିଏସନ ର ଆଇନଜୀବି ସୀତାରାମ ପଣ୍ଡା, ପ୍ରଣ୍ଟ ଅଫିସ ରିଟେନର ତଥା ରିମାଣ୍ଡ ଆଡଭୋକେଟ ଶ୍ରୀ ରାମକ୍ରୀଷ୍ନା ପଲ୍ଳୀ, ମହର୍ଷି ବିଦ୍ୟା ମନ୍ଦିର ର ପ୍ରିନ୍ସପାଲ ଶ୍ରୀ ରଞ୍ଜନ କୁମାର ସାହୁ ଙ୍କ ସମେତ ମହର୍ଷି ବିଦ୍ୟା ମନ୍ଦିର ର ଶିକ୍ଷକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ |

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ J.J.(CPC) Act ଓ Right to Compulsory Education Act ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ | ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହର୍ଷି ବିଦ୍ୟା ମନ୍ଦିର ର ଶିକ୍ଷକ, ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles