Advertisements
Monday, July 6, 2020
Home Accidental Death ବଲେରୋ ସହ ପିକଅପ ଧକ୍କାରେ ଜଣେ ମୃତ ଓ ୨ ଗୁରୁତର

ବଲେରୋ ସହ ପିକଅପ ଧକ୍କାରେ ଜଣେ ମୃତ ଓ ୨ ଗୁରୁତର

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୧/୦୬): ବୈପାରୀଗୁଡା ଥାନା ଅନ୍ତର୍ଗତ ଟାପାଯୋଡି ଠାରେ ବୁଲେର ସହ ପିକଅପ ଧକ୍କାରେ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ୩ ଜଣକୁ ନେଇ ଯାଉଥିବା ଏକ ପିକଅପ ଭେନ ସହ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବୋଲେର ଗାଡି ଅତି ଜୋରରେ ଧକ୍କା ହୋଇଥିଲା l ଏଥିରେ ବୁଲେରୋ ଡ୍ରାଇଭରଙ୍କ ମୁଣ୍ଡରେ ଜୋର ଆଘାତ ଯୋଗୁଁ ତାଙ୍କ ଶରୀର ରକ୍ତାକ୍ତ ହୋଇପଡିଥିଲା l ଖବର ପାଇ ବୈପାରୀଗୁଡା ପୋଲିସ ଘଟଣା ସ୍ଥଳକୁ ଯାଇ ଗୁରୁତର ଡ୍ରାଇଭିର ଓ ଅନ୍ୟ ୨ ଜଣକୁ ନିଜ ଗାଡ଼ିରେ ବୈପାରୀଗୁଡା ମେଡିକାଲ ଆଣିଥିଲେ l ସେଠlରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ l ମୃତ ବ୍ୟକ୍ତି ଜଣକ ମାଲକାନଗିରିର ଜଗନ୍ନାଥ ମାଣ୍ଡିଙ୍କ ପୁଅ କାନୁ ମlଣ୍ଡି ବୋଲି ଜଣା ପଡିଛି l ଗୁରୁତର ୨ ଜଣଙ୍କୁ ଜୟପୁର ମେଡିକାଲ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି l ସମାନଙ୍କ ମଧ୍ୟରୁ ଜଣେ ପିକଅପ ଭେନରେ ଥିବା ମାଲକାନଗିରି ଜିଲ୍ଲାର ପୋଷ୍ଟମାଷ୍ଟର ଓ ଅନ୍ୟ ଜଣେ ବୁଲେର ଗାଡ଼ିର ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁନେଇପୋଡା ପଞ୍ଚାୟତର ବାୟାଗୁଡ଼ା ଗ୍ରାମର ସୁନ୍ଦରଶ୍ରୀରାମ l ବାୟାଗୁଡ଼ା ଠାରୁ ବୁଲେରରେ କାନୁ ଓ ସୁନ୍ଦର ମାଲକାନଗିରି ଯାଉଥିବା ବେଳେ ବୈପାରୀଗୁଡା ଟାପାଯୋଡିରେ ଏହି ଦୁର୍ଘଟଣା ଘଟିଛି l ବୈପାରୀଗୁଡା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: