1. Shocking News: ପିକଅପ୍ ଚାପାରେ ଶିଶୁକନ୍ୟା ମୃତ

0
87
ପିକଅପ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୧୭/୦୭) : ଅଡବା ଥାନା ଅନ୍ତର୍ଗତ ଦମାଦୂଆ ପଞ୍ଚାୟତର ଗାଣ୍ଡାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଏମିତି ବି ମୃତ୍ୟୁ ଆସେ । ପିକଅପ୍ ଚାପାରେ ଜଣେ ୩ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ଘଟିଛି ।

ଘଟଣା ଅନୁଯାୟୀ, ଲ୍ୟୁସନ ନାୟକ ଗାଁକୁ ଆସିଥିବା ଏକ କବାଡିବାଲାର ପିକଅପ୍ ଗାଡିକୁ ଅଟକାଇବା ସମୟରେ ହଠାତ୍ ଗାଡ଼ିଟି ତାଙ୍କ ତିନି ବର୍ଷର ଝିଅ ଦୀପ୍ତି ନାୟକ ଗାଡ଼ିର ପଛ ଚକା ତଳକୁ ଆସି ଯାଇଥିଲେ । ଯାହା ଦ୍ୱାରା ଗାଡ଼ି ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ଅଡବା ଥାନା ପୋଲିସ୍ ପହଞ୍ଚି ଶବ ଓ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ।