Friday, August 14, 2020
Home Corona Breaking ରାୟଗଡ ଜିଲ୍ଳାରେ ପୁଣି ୫ଟି ନୂଆ କରୋନା ପଜିଟିଭ୍ କେସ୍‌,୧୭ରେ ପଂହଚିଲା ଆକ୍ରାନ୍ତଙ୍କସଂଖ୍ୟା ରାଜ୍ୟ ବାହାରୁ...

ରାୟଗଡ ଜିଲ୍ଳାରେ ପୁଣି ୫ଟି ନୂଆ କରୋନା ପଜିଟିଭ୍ କେସ୍‌,୧୭ରେ ପଂହଚିଲା ଆକ୍ରାନ୍ତଙ୍କସଂଖ୍ୟା ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖନ୍ତୁ : ଜିଲ୍ଳାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (୨୦/୬/୨୦): ମହାମାରୀ କରୋନା ସଂକ୍ରମଣରେ ରାୟଗଡ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପଂହଚିଥିବା ବେଳେ ଏଥିରୁ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବାକିିିି ୧୦ଜଣଙ୍କ ମଧ୍ୟରୁ ୫ଜଣ କୋରାପୁଟ ଜିଲ୍ଳାର ଜୟପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି। ଏବଂ ନୂଆ ଭାବେ ଚିହ୍ନଟ ହୋଇଥିବା ୫ଜଣ ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ନେଇ ଜିଲ୍ଳାପାଳ ପ୍ରକାଶ କରିଛନ୍ତି ।

ଏ ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ଦେଇଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳାରେ ଶନିବାର ଦିନ ପୁଣି ୫ଟି ନୂଆ ପଜିଟିଭ୍ କେସ ବାହାରିଛି । ସମସ୍ତ ପଜିଟିଭ କେସ ଗୁଣପୁର ଉପଖଣ୍ଡ ଅଂଚଳର ବୋଲି ଜଣାପଡିଛି । ଏଥିରେ ୪ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ଆକ୍ରାନ୍ତ ରହିଛନ୍ତି । ସେହିପରି ଏମାନଙ୍କ ମଧ୍ୟରେ ୪ଜଣ କ୍ୱାରେନଟାଇନ କେନ୍ଦ୍ରରେ ରହୁଥିବା ବେଳେ ଜଣେ ହୋମ କ୍ୱାରେନଟାଇନରେ ରହିଥିଲେ । ତାମିଲନାଡୁରୁ ଫେରି ଗୁଣପୁର ବ୍ଳକ ସିରିଝୋଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବିଜୟୟପୁର ଗ୍ରାମର ଗୋଟିଏ ପରିବାରର ସ୍ୱାମୀ,ସ୍ତ୍ରୀ ଓ ୪ବର୍ଷର ଶିଶୁ କନ୍ୟା ରହିଛନ୍ତି । ସେହିପରି ଗୁଣପୁର ପୈାର ପରିଷଦ ଅଧୀନ କୋତୁରୁ ସାହିର ଜଣେ ୧୭ ବର୍ଷିୟ ଯୁବତୀ ତାମିଲନାଡୁରୁ ଫେରି ୧୪ଦିନ ସ୍କୁଲ କ୍ୱାରେନଟାଇନରେ ରହିବା ପରେ ହୋମ କ୍ୱାରେନଟାଇନରେ ରହୁଥିଲେ । ସେହିପରି ରାମନାଗୁଡା ବ୍ଳକର ଜଣେ ମହିଳା କର୍ଣ୍ଣାଟକରୁ ଫେରି ଗୁଣପୁର ଓଏଭି କୋଭିଡ୍ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେନଟାଇନରେ ରହିଥିଲେ । ତେବେ ଏମାନଙ୍କ ମଧ୍ୟରେ ଥଣ୍ଡାକାଶ ଲକ୍ଷଣ ଦେଖାଦେବା ପରେ ସମସ୍ତଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ବାହାରିଥିବା ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିବା ବେଳେ ୫ଜଣଙ୍କୁ ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ କୋଭିଡ୍ ହେଲଥ୍ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଥିବା କହିଛନ୍ତି । ସେହିପରି ବିଜୟପୁର ଗ୍ରାମ, ଗୁଣପୁର ପୈାର ପରିଷଦର କୋତୁରୁ ଓ ଓଏଭି କୋଭିଡ କେୟାର ସେଣ୍ଟର ଅଂଚଳକୁ କଣ୍ଟାନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଥିବା ବେଳେ ଏହି ଅଂଚଳରେ ଲୋକଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବା ପାଇଁ ୪ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦେବା ସହ ଗୁଣପୁର ଉପଜିଲ୍ଳାପାଳ ଡଃ.ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କୁ ଏହାର ନିରୀକ୍ଷଣ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ଜିଲ୍ଳାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଫେରୁଥିବା ସମସ୍ତ ପ୍ରବାସୀମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି ।

ଅପରପକ୍ଷେ ରାୟଗଡ ଜିଲ୍ଳାରୁ ଗତ ଜୁନ ୧୫ତାରିଖରେ ୨୫ତମ ପର୍ଯ୍ୟାୟରେ ୫୮ଜଣଙ୍କ ନମୂନା ପରୀକ୍ଷା ପାଇଁ ଆରଏମଆରସି କେନ୍ଦ୍ର୍ର,ଭୁବନେଶ୍ୱର ପଠାଯାଇଥିବା ବେଳେ ସେଥିରୁ ୫ଜଣଙ୍କ ନମୂନାରେ କରୋନା ପଜିଟିଭ୍ ବାହାରିଥିବା ବେଳେ ୫୩ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ବର୍ତମାନ ସୁଦ୍ଧା ଜିଲ୍ଳାରୁ ସମୁଦାୟ ୨୫୭୦ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୫୩ଜଣଙ୍କ ରିପୋର୍ଟ ନେଗେଟିଭ ଓ ୧୭ଜଣଙ୍କ ପଜଟିଭ୍ ଆସିଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: