1. Best Crime News: ନିଜକୁ ଏମ୍ସ ଡାକ୍ତର କହି ପାଉଥିଲେ ମୋଟା ଅଙ୍କର ଟଙ୍କା

0
60
ଏମ୍ସ ଡାକ୍ତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୭/୦୭) : ନକଲି ଡାକ୍ତର ଗିରଫ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ବାବୁଲ କ୍ଲିନିକରୁ ନକଲି ଏମ୍ସ ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରାଯାଇଛି

ଏହି ନକଲ ଏମ୍ସ ଡାକ୍ତର ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁ’ର ଶୁଭ୍ରଜିତ ପଣ୍ଡା । ଏହି ବ୍ୟକ୍ତି ଜଣକ ନିଜକୁ ଦିଲ୍ଲୀ , ଭୁବନେଶ୍ୱର AIIMS ର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ଡାକ୍ତର ଏସ ପଣ୍ଡାଙ୍କୁ ପୂର୍ବରୁ ଫେବୃଆରୀ ୨୦୨୦ ମସିହାରେ ତେଲେଙ୍ଗାନା ପୋଲିସ ଗିରଫ କରି ଜେଲ କୁ ପଠାଇଥିଲ। ନିଜକୁ WHO ର ସଦସ୍ୟ କହିଥିବା ବେଳେ ଏବଂ ଡାକ୍ତର ସମ୍ମିଳନୀ କୁ ଯାଇ ନିଜକୁ ଡାକ୍ତର କହି ବେଳେ ଗିରଫ ହୋଇଥିଲେ । ପୋଲିସର ସୂଚନା ଅନୁସାରେ ଯୁକ୍ତ ଦୁଇ ପାଠ ପଢି ଡାକ୍ତର ମାନଙ୍କ ନିକଟରେ ଟ୍ରେନି ପରେ ନିଜେ ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି କରୁଥିଲେ ଚିକିତ୍ସା ।

ଗୋଟିଏ ରୋଗୀକୁ ପାଞ୍ଚ ମିନିଟ ଦେଖିବା ପାଇଁ ନେଉଥିଲେ ୩୦୦ ଟଙ୍କା ର ଫିସ । ସାନଖେମୁଣ୍ଡି ବବୁଲ କ୍ଲିନିକ ଜଣେ ସରକାରୀ ମେଡିକାଲ କିଭଳି କରିଛନ୍ତି ତାହାର ବି ତଦନ୍ତ ହେବ ବୋଲି ସୂଚନା ମିଳିଛି କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି । କଟକ ରାଣୀହାଟ କ୍ଲିନିକ ସାନଖେମୁଣ୍ଡିର ଘରୋଇ କ୍ଲିନିକ ରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ଗଜପତି ଜିଲ୍ଲା ଅଡବା ସ୍ବାସ୍ଥ୍ୟ କର୍ମୀ ବିନା ଲାଇସେନ୍ସରେ ବେଆଇନ ଭାବେ ଚଳାଇଥିଲେ କ୍ଲିନିକ । ତେବେ ଡାକ୍ତର ମାତ୍ର ୨୪ ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି । ପତ୍ନୀ ଦିଗପହଣ୍ଡି ଥାନା କୁ ଆସିବା ପରେ ଜାଣିଛନ୍ତି ପକୃତ ସତ । ଦୁଇ ଦିନ ତଳେ ଦିଗପହଣ୍ଡି ଥାନା ଅଧିକାରୀ ଏବଂ ଏକ ଟିମ ଏସପି ଙ୍କ ନିର୍ଦ୍ଦେଶରେ ନିଜେ AIMS ଡାକ୍ତରଙ୍କ ନିକଟକୁ ଚିକିତ୍ସା ହେବାକୁ ଯାଇ ଗିରଫ କରି ଅଧିକ ପଚରାଉଚରା କରି ସତ ଉଗାଳିଛି । ତେବେ ନକଲି ଡାକ୍ତର ବୋଲି କ୍ଲିନିକ ବାଲା ଜାଣି ନଥିବା କହିଛନ୍ତି ।