Saturday, August 15, 2020
Home Farmer Issue କୃଷିମନ୍ତ୍ରୀଙ୍କ କନ୍ଧମାଳ ଫ୍ରେସ ପରିଦର୍ଶନ

କୃଷିମନ୍ତ୍ରୀଙ୍କ କନ୍ଧମାଳ ଫ୍ରେସ ପରିଦର୍ଶନ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୨୦/୦୬): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ରେ ଥିବା କନ୍ଧମାଳ ଫ୍ରେସକୁ ମାନ୍ୟବର କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପରିଦର୍ଶନ କରିଛନ୍ତି ।

ଉକ୍ତ ଫ୍ରେସ ମାଧ୍ୟମରେ କନ୍ଧମାଳରେ ଆଦାୟ ହେଉଥିବା କୃଷିଜାତ ଦ୍ରବ୍ଯ ବିକ୍ରିବଟା କିପରି ହେଉଛି ଓ ଏହା ମାଧ୍ୟମରେ ଜନସାଧାରଣଙ୍କୁ କିପରି ସୁଲଭ ଦରରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଯୋଗାଇଦିଆଯିବ ତା ଉପରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ମନୋଜ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ।ଆଗାମୀ ଦିନରେ କଣ କଲେ କନ୍ଧମାଳ ଜିଲ୍ଲାରେ କୃଷିର ଉନ୍ନତି ହୋଇପାରିବ ଏବଂ ବିଶେଷଭାବେ ଆଦାୟ ହେଉଥିବା ଆମ୍ବ,ପଣସ,ହଳଦୀ ଆଦି ଦ୍ରବ୍ୟ ଉପରେ ମାନ୍ୟବର ମନ୍ତ୍ରୀ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ କାଳୀଙ୍ଗା ଡିଏଭି ଠାରେ ଉଦ୍ୟାନ ବିଭାଗ ତାଲିମ ପ୍ରଦାନ କେନ୍ଦ୍ରର ଜରାଜୀର୍ଣ୍ଣ ଅବସ୍ଥା ନେଇ ସ୍ବେଛାସେବୀ ସଂଗଠନ ସ୍ଵାତୀ ର ସମ୍ପାଦକ ଇ.ହରିଶଙ୍କର ରାଉତଙ୍କ ତତ୍ବାବଧାନରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସେ ଉକ୍ତ ତାଲିମ କେନ୍ଦ୍ର ବୁଲି ଦେଖିବା ପରେ ଏଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଜିବବୋଲି କହିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: