1. Big News: କାର୍ଯ୍ୟରତ କର୍ମଚାରୀଙ୍କ ନିକଟରୁ ଉଚ୍ଚ, ପଦସ୍ଥ ଅଧିକାରୀ ଲାଞ୍ଚ ନେଇ ଦରମା ଓ ଛୁଟି ପ୍ରଦାନ

0
69
କାର୍ଯ୍ୟରତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୦୭) : ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସଦା ସର୍ବଦା ବିଭିନ୍ନ ପ୍ରକାର ବାଦ, ବିବାଦ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଏବେ କାର୍ଯ୍ୟରତ କର୍ମଚାରୀ ଙ୍କ ନିକଟରୁ ଉଚ୍ଚ, ପଦସ୍ଥ ଅଧିକାରୀ ଲାଞ୍ଚ ନେଇ ଦରମା ଓ ଛୁଟି ପ୍ରଦାନ କରିବା ଓ ନାନା ପ୍ରକାର ହଇରାଣ, ହରକତ କରି ଆସୁଥିବା ଅଭିଯୋଗ ହୋଇଛି ।WhatsApp Image 2023 07 16 at 18.17.48 1. Big News: କାର୍ଯ୍ୟରତ କର୍ମଚାରୀଙ୍କ ନିକଟରୁ ଉଚ୍ଚ, ପଦସ୍ଥ ଅଧିକାରୀ ଲାଞ୍ଚ ନେଇ ଦରମା ଓ ଛୁଟି ପ୍ରଦାନ

ପ୍ରକାଶ ଯେ, ଏହି ଡାକ୍ତରଖାନା ରେ ଗତ ଛଅ ବର୍ଷ ଧରି କାର୍ଯ୍ୟରତ ବିପିଏମ ଦୀପ୍ତିକାନ୍ତ ପ୍ରଧାନ ଓ ରମେଶ ବେହେରା ନାମକ କିରାଣୀ ମିଶି ସମସ୍ତ କର୍ମଚାରୀ ଙ୍କ ନିକଟରୁ ମାସିକ କୋଟା ଓ ଅଧିକ ଅର୍ଥ ଦାବି କରିବା ସହ ବେଆଇନ୍ ଭାବେ ଛଅ ମାସ ରୁ ସାତ ମାସ ପର୍ଯ୍ୟନ୍ତ କୋଟା ନ ଦେଲେ ଦରମା ବନ୍ଦ କରିବା ଅଭିଯୋଗ ହୋଇଛି ।

ଅନେକ କର୍ମଚାରୀ ଦରମା ନ ପାଇ ଅସହାୟ ଅବସ୍ଥାରେ ଅଛନ୍ତି । ଏକ ଡିୟୁଟି ଓ ଛୁଟି ଚାର୍ଜ ଲୋକ ଲୋଚନ କୁ ଆସି ଯିବା ରୁ ସବୁ ଦୁର୍ନୀତି ହାଟରେ ପଡ଼ି ଦାଣ୍ଡ ରେ ଗଡୁଛି । ସବୁ ଶ୍ରେଣୀ ର କର୍ମଚାରୀ ଙ୍କ ନିକଟ ରୁ ଦାବି ମୁତାବକ ଅର୍ଥ ନେଇ ଏପରିକି ନିଜ ମନୋମୁଖୀ ଭାବେ ଦରମା ଛଅ ରୁ ସାତ ମାସ ଧରି ଅଟକେଇ ରଖିବା ନିୟମାନୁଯାୟୀ ଛୁଟି ପ୍ରଦାନ ନ କରିବା ଅଭିଯୋଗ ବାରମ୍ୱାର ହେଉଛି ।

ଏହି ଡାକ୍ତରଖାନା ରେ କିରାଣୀ ରମେଶ ଚନ୍ଦ୍ର ବେହେରା ଓ ବିପିଏମ ଶ୍ରୀ ପ୍ରଧାନ ଦାୟିତ୍ଵ ରେ ଗତ ଛଅ ବର୍ଷ ହେବ ଯୋଗ ଦେବା ପରେ ଏହି କାରବାର ଚାଲି ଆସୁଥିବା ବେଳେ ଏ ନେଇ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ନିଜେ ସାମିଲ ଥିବା ଜଣାଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଚାର୍ଟ, ଯାହା ସୋସିଆଲ ମିଡିଆ ରେ ଘୁରି ବୁଲୁଛି । ଉକ୍ତ ଚାର୍ଟ ରୁ ସ୍ପଷ୍ଟ ଉଲ୍ଲେଖ କରିଥିବା ତ୍ରୁଟି କୁ ନେଇ ତଥା ଏହି ମାତ୍ରାଧିକ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବା ନେଇ ସ୍ଵେଚ୍ଛାସବୀ ଅନୁଷ୍ଠାନ ଜିବେଦୟା ର ସଭାପତି ଶ୍ରୀକାନ୍ତ ସାହୁ ଲିଖିତ ଆକାର ରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଙ୍କୁ ଦାବୀ ପତ୍ର ପ୍ରେରଣ କରି ଥିବା ପ୍ରକାଶ କରିଛନ୍ତି ।

ପ୍ରକାଶିତ ଚାର୍ଟ ରେ ସ୍ପଷ୍ଟ ଭାବେ ତ୍ରୁଟି ଧରାପଡ଼ି ଯାଇଥିବା ବେଳେ ଏହି ଦୀର୍ଘ ଦିନ ଧରି ଚାଲିଥିବା ଦୁର୍ନୀତି ନେଇ ସଂଶ୍ଳିଷ୍ଟ ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଦାବି ହେଉଛି ।