1. Big News: ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

0
61
ଜିଲ୍ଲା ସ୍ତରୀୟ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୭/୦୭) : ଜିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ତରଫରୁ ସଦର ମହାରାଜା ଉଚ୍ଚ ବିଦ୍ୟାଳୟ, ସୋନପୁର ଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର “କିଶୋର ନ୍ୟାୟିକ ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର” ବିଷୟ ଉପରେ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2023 07 16 at 17.56.33 1. Big News: ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଏହି ଆଇନ ସଚେତନତା ଶିବିରରେ ଜିଲ୍ଲା ସ୍ତରୀୟ ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କିଶୋର ନ୍ୟାୟିକ ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ବିଷୟ ଉପରେ ସମସ୍ତଙ୍କୁ ଅବଗତ କରି ଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉଦ୍ୟେଶ ଓ ତାହାର କାର୍ଯ୍ୟକାରିତା ଉପରେ ଆଲୋଚନା କରି ଥିଲେ । ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ସିଭିଲ କୌଟ ରେଜିଷ୍ଟ୍ରାର ଶ୍ରୀମତୀ ସୁଚରିତା ମହାନ୍ତି ଯୋଗ ଦେଇ କିଶୋର ନ୍ୟାୟିକ ଆଇନ ଉପରେ ବିସ୍ତୃତ ଆଲୋଚନା କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କିଶୋର ନ୍ୟାୟିକ ବୋର୍ଡ଼ ର ସଦସ୍ୟ ରଂଜିତା ସାହୁ ଯୋଗ ଦେଇ କିଶୋର ନ୍ୟାୟିକ ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଉପରେ ବିସ୍ତୃତ ଆଲୋଚନା କରି ଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଦସ୍ୟ ମିନା ମହାରଣା, ସଦର D.S.P. ଚନ୍ଦ୍ରଶେଖର ସବର ପ୍ରମୁଖ ଏହି ଶିବିର ରେ ଯୋଗ ଦେଇ ଥିଲେ ।

ସଭା ଶେଷରେ ମହାରାଜା ଉଚ୍ଚ ବିଦ୍ୟାଳୟ, ସୋନପୁର ର ପ୍ରଧାନ ଶିକ୍ଷକ ଶ୍ରୀ ଆଶିଷ ରଥ ଧନ୍ୟବାଦ ଅର୍ପଣ କରି ଥିଲେ । ଏଥିରେ ମହାରାଜା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଥିଲେ । ଏହି ଶିବିରରେ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁରର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ସିଦ୍ଧାନ୍ତ କୁମାର ବାଘ, କମଳ ଲୋଚନ ବେହେରା, ଅନାମ ସାହୁ ଏବଂ ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରି ଥିଲେ ।