1. Big News: ମୋ ଘର ଯୋଜନା- ରାୟଗଡାରେ ଶୁଭାରମ୍ଭ

3
114
ମୋ ଘର ଯୋଜନା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୭) : ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର ଯୋଜନା’ ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମୋ ଘର ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାର ରାମନାଗୁଡା, ମୁନିଗୁଡା, କାଶିପୁର ୩ଟି ବ୍ଳକର ୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଁଏ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଋଣ ଯୋଗାଇ ଦିଆଯାଇଛି । ଆଜି ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ରାମନାଗୁଡା ବ୍ଳକର ଜଣେ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଚେକ୍ ଆକାରରେ ପ୍ରଦାନ କରିଥିଲେ । ପରେ ଅପରାହ୍ନରେ ମୁନିଗୁଡା ଓ କାଶିପୁର ବ୍ଳକର ୩ଜଣଙ୍କୁ ବ୍ୟାଙ୍କ ଋଣ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,ଭାରତୀୟ ଷ୍ଟେଟ ବ୍ୟାଙ୍କ ରାୟଗଡା ଜିଲ୍ଲା ଶାଖା ଆଞ୍ଚଳିକ ପ୍ରବନ୍ଧକ ଭବାନୀ ଶଙ୍କର ମହାକୁଡ, ବିଡିଓ ରାମନାଗୁଡା ଗୈାରଚନ୍ଦ୍ର ପଟ୍ଟନାୟକ,ବିଡିଓ କାଶିପୁର ମନିଷା ଦାସ, ବିଡିଓ ମୁନିଗୁଡା ପ୍ରୀତମ କୁମାର ତନ୍ତି, ଏପିଡି ପ୍ରଭାତ ଲେଙ୍କାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ବର୍ତମାନ ଜିଲ୍ଳାରେ ୨୩୪୯ଜଣ ହିତାଧିକାରୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ୧୨୭୦ ଜଣ ହିତାଧିକାରୀ ଆବେଦନ କରିଛନ୍ତି ନିର୍ମାଣ, ମରାମତି, ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ମୋ ଘର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର ।

ଏହି ଯୋଜନାରେ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଏହି ଯୋଜନାର ହିତାଧିକାରୀଙ୍କୁ ୪୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । ୧୦ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିବେ ହିତାଧିକାରୀ । ମୋ ଘର ଯୋଜନାରେ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବା ପରେ କାଶିପୁର ବ୍ଳକର ହିତାଧିକାରୀ ଅଶୋକ କୁମାର ପୂଜାରି, ମୁନିଗୁଡା ବ୍ଳକର ହିତାଧିକାରୀ ବିପିନବିହାରୀ ପଟ୍ଟନାୟକ,ମୁନିଗୁଡା ବ୍ଳକ ଶିବପଦରର ଶ୍ୟାମ ସୁନ୍ଦର ଗଉଡ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାୟଗଡ଼ାରୁ ଆଶୁତୋଷ କୁମାର ପଟ୍ଟନାୟକ ।

3 COMMENTS

  1. […] ରାୟଗଡା/ଗୁଣପୁର, (୨୪/୦୭) : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଡ଼ାରି ବ୍ଲକ କଦମା ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ପଞ୍ଚାୟତ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । […]

Comments are closed.