Friday, August 14, 2020
Home District News ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ଥରୀୟ ମକଡ୍ରିଲ ଅନୁଷ୍ଠିତ

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ଥରୀୟ ମକଡ୍ରିଲ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୯/୬): ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା,ବାତ୍ୟା, ଭୂମିକମ୍ପ ଆଦିର ମୁକବିଲା ନିମନ୍ତେ, ଆଜି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ଥରୀୟ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଯୋଗଦେଇ ବିପର୍ଯ୍ୟୟର ମୁକାବିଲା ନେଇ ମକଡ୍ରିଲର ଆବଶ୍ୟକତା ରହିଛି ବୋଲି କହିଥିଲେ। ପ୍ରଶାସନ ଅଧିକାରୀ ଓ କମ୍ୟୁନିଟି ସ୍ଥରୀୟ ପ୍ରସ୍ତୁତି ସମ୍ବନ୍ଧରେ ବୁଝାଇଥିଲେ । ସେହିପରି ଆରକ୍ଷୀ ଅଧୀକ୍ଷକ ଡ଼ ଶର୍ବଣା ବିଭେକ ଏମ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ ପ୍ରମୁଖ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ ।ସେହିପରି ସେଣ୍ଟ ଜନ ଆମ୍ବୁଲାନ୍ସ ର ଡା.ଲକ୍ଷ୍ମୀ ନାରାୟଣ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିପର୍ଯ୍ୟୟର ପ୍ରକାର ଓ ଏହାର ମୁକାବିଲା ସମ୍ପର୍କରେ ପ୍ରାକ୍ଟିକାଲ ସହ ବୁଝାଇଥିଲେ ।

ବିଶେଷ କରି ସାପ କାମୁଡାର ଚିକିତ୍ସା ବିଧି,ବନ୍ୟା ବାତ୍ୟା ସମୟର ଓ ଅନ୍ୟାନ୍ୟ ବିପର୍ଯ୍ୟୟକୁ ମୁକାବିଲା ସମ୍ବନ୍ଧରେ ଵିସ୍ତୃତ ଭାବରେ ବୁଝାଇଥିଲେ । ଏହାପରେ ଓଡ଼ିଶା ଅଗ୍ନିସମ ବିଭାଗର ଆଗ୍ନେୟକ ମାନଙ୍କ ଦ୍ବାରା ବିପର୍ଯ୍ୟୟ ବିଶେଷକରି ବନ୍ୟା, ବାତ୍ୟା, ଘରପୋଡ଼ି ଭଳି ଦୁର୍ଘଟଣାକୁ କିପରି ମୁକାବିଲା କରିହେବ ଓ ଧନଜୀବନକୁ ଉଦ୍ଧାର କରି ରକ୍ଷା କରିହେବ ସେ ସମ୍ଭନ୍ଧରେ ଡେମୋ ମାଧ୍ୟମରେ ଦେଖାଇ ସଚେତନ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: