1. Big Crime News: ରାକ୍ଷସ ସ୍ବାମୀର ଜଘନ୍ୟ ହତ୍ୟାକାଣ୍ଡ

0
63
ରାକ୍ଷସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

କେନ୍ଦୁଝର, (୧୬/୦୭) : ରାକ୍ଷସ ସ୍ବାମୀର ଜଘନ୍ୟ ହତ୍ୟାକାଣ୍ଡ । ପରିବାର କଳହକୁ ନେଇ ନିଜ ସ୍ତ୍ରୀ କୁ ପନିକି ରେ ହତ୍ୟା କଲା ସ୍ବାମୀ ।

ରାକ୍ଷସ ସ୍ବାମୀର ଜଘନ୍ୟ ହତ୍ୟାକାଣ୍ଡ- ଏଭଳି ଘଟଣା ଶୁଣିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବଣିଆଗୁଡି ଗାଁରେ ହତ୍ୟାକାରୀ ସ୍ବାମୀ ଜଣକ ହେଉଛନ୍ତି ଏହି ଗାଁର ଅଭୟ ରାଉତ । ଗାଁ ଲୋକଙ୍କ କହିବା ମୁତାବକ ଅଭୟ ଅନେକ ଦିନ ହେବ ନିଜ ମଦ ଖାଇ ନିଜ ସ୍ତ୍ରୀକୁ ମରାମରି କରୁଥିଲା । ଫଳରେ ଅନେକ ସମୟ ସେମାନଙ୍କ ପରିବାରରେ କଳହ ଲାଗି ରହୁଥିଲା. ତେବେ ଗତକାଲି ରାତିରେ ଅଭୟ ତାର ସ୍ତ୍ରୀ ତୁଳସୀକୁ ଖୁବ ଜୋରରେ ମାରୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ତେବେ ଆଜି ସକାଳୁ ମଧ୍ୟ ପାରିବାରିକ କଳହ କୁ ନେଇ ଉଭୟ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭୟ ଏକ ପନିକି ରେ ସ୍ତ୍ରୀ ତୁଳସୀ କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ତୁଳସୀ ର ମୃତ୍ୟୁ ହୋଇଯାଇଛି । ଖବର ପରେ ସୋସୋ ପୋଲିସ ଅଭୟ କୁ ଅଟକ ରଖି ତଦନ୍ତ ଚଳାଇଛି ।