Big Crime: କଟକ ସିରିଜ ଲୁଟ : 2ଟି ଘରର ଝରକା ତାଡି ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ

0
68
କଟକ ସିରିଜ ଲୁଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୬/୦୭) : କଟକ ସିରିଜ ଲୁଟ – କଟକ ଚାହଟା ନଗର ଲେନ ୩ରେ ସିରିଜ ଲୁଟ । ଗତ କାଲି ବିଳମ୍ବିତ ରାତିରେ ଦୁର୍ବୁତ ମାନେ ଚହଟା ଲେନରେ ଥିବା ଦୁଇଟି ଘରର ଝରକା ତାଡି ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଓ ଟଙ୍କା

କଟକ ସିରିଜ ଲୁଟ- ଦୁଇଟି ଘରର ପଛ ପଟରେ ଥିବା ଝରକା ତାଡି ଦୁର୍ବୁତ ଘରେ ପଶି ଘର ଭିତର ପଟରୁ କବାଟ ବନ୍ଦ କରି ଗଡ୍ରେଜ ତାଡି ଲୁଟି ଛନ୍ତି ଟଙ୍କା ଏବଂ ସୁନା । ସେହି ପରି ଆଉ ଗୋଟାଏ ଘର ସମାନ ଭବେ ଏହି ଘର ଝରକା ତାଡି ମଧ୍ୟ ଚୋରି ହାଇଛି ୫୦ ହଜାର ଟଙ୍କା ସୁନା ଅଳଙ୍କାର ସହ ଏବଂ ଲ୍ୟାପଟପ ଡିଜିଟାଲ କ୍ୟାମେରା । ଏହି ପରିଭାବେ ଗୋଟିଏ ରାତିରେ ଦୁଇଟା ଘର ଝରକା ତାଡି ଲୁଟ କରିଥିବା କହିଛନ୍ତି ଅଭିଯୋଗକାରୀ । ତେବେ ଲୁଟ ଘଟଣା ପରେ ବିଡାନାସି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏବଂ ସାଇଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି ଖୁବ ଶୀଘ୍ର ଦୁର୍ବୁତ୍ତ ମନକୁ ଧରାଯିବ ବୋଲି କହିଛନ୍ତି କଟକ ଡିସିପି ।