Friday, August 14, 2020
Home Corona Lockdown ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଆଜି ପହଞ୍ଚିଲେ ୬୨ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ,ରାୟଗଡା

ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଆଜି ପହଞ୍ଚିଲେ ୬୨ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ,ରାୟଗଡା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ର।ୟଗଡ଼। (୧୯/୦୬): ଦକ୍ଷିଣ ଭାରତରେ କେରଳରେ କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକ ରାୟଗଡ଼ା ପହଁଚିଛନ୍ତି। ଆଜି ବିଭିନ୍ନ ଶ୍ରମିକ ଦୁଇଟିଟ୍ରେନ୍ ରେ ରାୟଗଡ ପହଞ୍ଚିଛନ୍ତି ।

ବିଶ୍ଵବ୍ୟାପୀ କରୋନା ମହାମାରୀ ଯୋଗୁଁ ତଲାବନ୍ଦୀ ହେବାଫଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବା ଯୋଗୁଁ ଶ୍ରମିକ ମାନେ ନିଜ ନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିବା ଶ୍ରମିକ, ୨ଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ସୂଚନା ରେଳ ବିଭାଗ ତରଫରୁ ଜଣାଇଥିଲେ। ଏଥିପାଇଁ ଜିଲ୍ଳାପାଳ ରାୟଗଡ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ରେଳ ଷ୍ଟେସନରେ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଟ୍ରେନ ନମ୍ବର -ଓ୦୭୪୨୧ଯୋଗେ ଆନ୍ଧ୍ରପ୍ରଦେଶର ତିରୁପତିରୁ ନବରଙ୍ଗପୁର ଜିଲ୍ଲାର ୬୧ଜଣ ଆସିଥିଲେ । ସେହିପରି କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନରେ କେଵଳ ଜଣେ ମାତ୍ର ରାୟଗଡା ଜିଲ୍ଲାର ପ୍ରବାସୀ ଶ୍ରମିକ ଆସିଥିଲେ । ଦୁଇଗୋଟି ଟ୍ରେନରେ ଆଜି ସର୍ବମୋଟ ୬୨ଜଣ ପ୍ରବାସୀ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ଜିଲ୍ଳାପାଳଙ୍କ ନିର୍ଦ୍ଧେଶ କ୍ରମେ ଆଜି ଶ୍ରମିକ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଅତିରିକ୍ତ ବିଡ଼ିଓ ଶ୍ରୀ ଏନ.ସି.ପଟନାୟକ, ଶିକ୍ଷକ ଶ୍ରୀ ନିଳାଞ୍ଚଳ ମିଶ୍ର, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର ରଥ , ରେଳ ସୁରକ୍ଷା ଅଧିକାରୀ ଶ୍ରୀଡି.ଏନ.ତ୍ରିଲକ, ପୌରପରିଷଦ କର୍ମଚାରୀ ଉପସ୍ଥିତ ରହି ପ୍ରବାସୀ ଶ୍ରମିକମନଙ୍କୁ ସ୍ବାଗତ କରିଥିଲେ । ପ୍ରବାସୀ ଶ୍ରମିକ ମାନଙ୍କୁ ରେଳ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ହାତରେ ମହର ମରାଯାଇ ଖାଦ୍ୟ ପୁଡ଼ିଆ ସହ ସଂପୃକ୍ତ ଜିଲ୍ଲା ଅଧିକାରୀ ମ।ନଙ୍କୁ ହସ୍ତାନ୍ତର କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: