ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୧୫/୭) : ରାୟଗଡା ଜିଲ୍ଲା ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ରାୟଗଡା ସହର ର ଶକ୍ତି ବୃଦ୍ଧାଶ୍ରମ ରେ ରହୁଥିବା ୩୦ ଜଣ ଅନ୍ତେବାସୀ ଙ୍କୁ ଜଳଖିଆ ବଣ୍ଟନ କରାଯାଇଛି ।
ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ର ସଭାପତି ଦୟାନନ୍ଦ ଖାଡଙ୍ଗା ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ମନୋଜ ସାହୁ, ବରିଷ୍ଠ ସାମ୍ବାଦିକ ବୋମାଲି କାନ୍ତା ରାଓ ଓ ସଙ୍ଘ ର ଉପଦେଷ୍ଟା ପ୍ରଦୀପ ଦାସ ଉପସ୍ଥିତ ରହିଥିଲେ । ଉତ୍କଳ ସାମ୍ବାଦିକ ସଙ୍ଘ ବିଭିନ୍ନ ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଓଡ଼ିଶା ଓ ଆନ୍ଧ୍ରସୀମାନ୍ତ ରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ଓଡ଼ିଆ ପୁସ୍ତକ ବଣ୍ଟନ କରି ଆସୁଛନ୍ତି । ଏହି ଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହୁଥିବା ବୋଲି ସଙ୍ଘ ର ଉପଦେଷ୍ଟା ପ୍ରକାଶ କରିଛନ୍ତି ।
[…] : ଗୋପୀନାଥ ଗୌଡ଼ ରାୟଗଡା, (୨୦/୦୭) : ରାୟଗଡା ବ୍ଲକ କାର୍ଯ୍ୟାଳୟ […]
[…] : ଗୋପୀନାଥ ଗୌଡ଼ ରାୟଗଡା, (୨୦/୦୭) : ବେଦାନ୍ତ ଆଲୁମିନlରେ ନିଯୁକ୍ତି […]
Comments are closed.