1. Best News: ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
69
ଶିଶୁ ବିଦ୍ୟା ମନ୍ଦିର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୬/୭) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଯଥାରୀତି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 16 at 10.55.37 1. Best News: ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉତ୍ୟବସରରେ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ, ସଂପାଦକ ଶ୍ରୀ ସୋମନାଥ ଗୌଡ, କୋଷାଧ୍ୟକ୍ଷ ଶ୍ରୀ ପି ଗୋବିନ୍ଦ ରାଓ ଓ ସଦସ୍ୟା ଶ୍ରୀମତି ପ୍ରତିଭା ରଥ ତଥା ଅନ୍ୟାନ୍ୟ ଗୁରୁଜୀ, ସେବକ ସେବିକା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ଶ୍ରୀ ନନ୍ଦିକେଶ୍ୱର ଚୌଧୁରୀ, ଜିଲ୍ଲା କାର୍ଯ୍ୟବାହ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ଓ ଅନ୍ୟାନ୍ୟ ସଂଘ କାର୍ଯ୍ୟକର୍ତ୍ତାଙ୍କ ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତଥା ଚାରା ଗଛଗୁଡିକ ଅନୁଷ୍ଠାନ ପରିସର ମଧ୍ୟରେ ରୋପଣ କରାଯାଇଥିଲା । ସ୍ଥାନୀୟ ବନପାଳ ଶ୍ରୀ ନୀଳମାଧବ ପାଢୀ ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ତଥା ଅନ୍ୟାନ୍ୟ ସହକର୍ମୀବୃନ୍ଦ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ମହୋଦୟ ମଧ୍ୟ ଉପସ୍ଥିତ ଥିଲେ ।