Friday, March 29, 2024

Top 5 This Week

Related Posts

Best News: ବିଶ୍ୱ ଯୁବ ଦକ୍ଷତା ଦିବସ 2023 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୭) : ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ଠାରେ ତା ୧୫/୭/୨୩ ରିଖ ରେ ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୩ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 07 15 at 18.07.45 Best News: ବିଶ୍ୱ ଯୁବ ଦକ୍ଷତା ଦିବସ 2023 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ଅନୁଷ୍ଠିତ

ଏହି ବିଶ୍ୱ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସହିତ ଜିଲ୍ଲା ର ୪ ଗୋଟି ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବରେ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧୁକାରୀ, ଶ୍ରୀ ଏନ କୋଟି ରତ୍ନମ, ସହକାରୀ ନିର୍ଦେଶକ,ଏମ ଏସ ଏମ ଇ, ରାୟଗଡା, ମୁଖ୍ୟ ବକ୍ତା ଏବଂ ଶ୍ରୀ ସବ୍ୟସାଚୀ ସାହୁ, ଆଇ ପି ଓ, ଏବଂ ଶ୍ରୀଯୁକ୍ତ ଦୀପକ କୁମାର ବେହେରା, ପ୍ରମୁଖ ଯୋଗ ଦାନ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଅତୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ବେହେରା ଛାତ୍ର ଛାତ୍ରୀ ମାନଂକୁ ଦକ୍ଷ ହେlଇ ସ୍ବରୋଜଗାର କ୍ଷମ ହେବା ସହିତ କୁଶଳୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରି ଶିକ୍ଷାର୍ଥୀ ମାନଙ୍କ ଉଜ୍ଜଳ ଭଭିଷତ ନିମନ୍ତେ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଟ୍ରେଡ଼ ଭିତିକ ଦକ୍ଷତା ପ୍ରଦର୍ଶନୀ କୁ ସମସ୍ତ ଅତିଥି ବୁଲି ଦେଖିଥିଲେ ଏବଂ ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଫିଟର ଟ୍ରେଡ଼କୁ ପୁରସ୍କୃତ କରିଥିଲେ l ମୁଖ୍ୟ ଅତିଥି ଙ୍କ ଦ୍ୱାରା ୨ ଜଣ ରୋଲ ମଡେଲ ଏବଂ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ପ୍ରାୟ ୧୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ତାଲିମ ଅଧିକାରୀ ଶ୍ରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।

5 COMMENTS

Comments are closed.

Popular Articles