Friday, August 14, 2020
Home District News ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ନଷ୍ଟ

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ନଷ୍ଟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (ତା.୧୭/୬):-ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଜିଲ୍ଲାପାଳ ରାୟଗଡା ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ଗତ ତା ୧୪.୫.୨୦ରିଖ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବିକାରୀ ଦଳବଳ ଚଢ଼ାଉ କରିଥିଲେ।

ଏବଂ ବହୁ ପରିମାଣର ଦେଶୀମଦ, ପୋଚ୍ଚ ଓ ସାମଗ୍ରୀ ଜବତ କରିବା ସହ ନଷ୍ଟ କରିବାରେ ସଫଳ ହୋଇଛନ୍ତି । ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ଛକରେ ଚଢ଼ାଉ କରି ୭ଲିଟର ଦେଶୀମଦ ସହ ଏହା ସହିତ ସଂପୃକ୍ତ ଜଣେ ବ୍ୟକ୍ତି ଶ୍ରୀ ରାଜେଶ ନିମାଲପୁରୀ ଙ୍କୁ ଗିରଫ କରିଥିଲେ । ସେହିପରି ଗୁଡ଼ାରି ଥାନା ଅଂର୍ଗତ ସୁନପାଲି ଗ୍ରାମରେ ଚଢ଼ାଉ କରି ୩୫୦ଲିଟର ପୋଚ୍ଚ ଓ ୧୨ଲଟର ଦେଶୀମଦ ସାଙ୍ଗକୁ ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ବାସନ୍ତି ନଗର ଅଞ୍ଚଳରେ ଚଢ଼ାଉ କରି ୧୫୦ଲିଟର ପୋଚ୍ଚ ଓ ୯ଲିଟର ଦେଶୀମଦ ସହ ମଦରନ୍ଧା ସାମଗ୍ରୀ ଜବତ କରି ନଷ୍ଟ କରାଯାଇଥିଲା ।ସେହିପରି ଆଜି ତା୧୭.୦୬.୨୦ରିଖ ଦିନ ବିଷମକଟକ ଥାନା ଅଞ୍ଚଳ ମାଲି ଢେପାଗୁଡା ଗ୍ରାମରେ ଚଢ଼ାଉ କରି ୩୪୦ଲିଟର ପୋଚ୍ଚ ଓ ୮୩ଲିଟର ଦେଶୀମଦ ସାଙ୍ଗକୁ ମଦରନ୍ଧା ସାମଗ୍ରୀ ଜବତ କରିବା ସହିତ ନଷ୍ଟ କରିଥିଲେ । ସେହିପରି ଗୁଡାରି ଥାନା ଅନ୍ତର୍ଗତ ବାଇନାଗୁଡାରେ ଚଢ଼ାଉ କରି ଦେଶୀମଦ ଜବତ କରିବା ସହିତ ଶ୍ରୀ ସୁଜନା ବିଡିକା ନାମକ ଵ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: