Tuesday, September 29, 2020
Home Cultural & Festival ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ହେବନି ରଥଟଣା, ମନ୍ଦିର ପାର୍ଶ୍ଵରେ ପ୍ରକୋଷ୍ଠ କରି ସମାପନ ହେବ ନୀତିକାନ୍ତି

ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ହେବନି ରଥଟଣା, ମନ୍ଦିର ପାର୍ଶ୍ଵରେ ପ୍ରକୋଷ୍ଠ କରି ସମାପନ ହେବ ନୀତିକାନ୍ତି

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୧୭/୬): ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ରାୟଗଡ଼ାଙ୍କ ଚଳିତ ବର୍ଷ ରଥଯାତ୍ରା ହେବନାହିଁ । ଆଜି ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାୟଗଡା ଡ଼.ଶର୍ବଣା ବିଭେକ ଏମ, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଦେବୋତ୍ତର, ରାୟଗଡା, ବିଷମକଟକ ଓ ଗୁଣପୁର, ମନ୍ଦିର ପରିଚାଳନା କମିଟି ଓ ସେବାୟତମାନେ ଯୋଗଦେଇ ଥିଲେ । ଏହି ବୈଠକରେ ଜିଲ୍ଳାପାଳ ରାୟଗଡା ମହାମାରୀ କୋରନା ପାଇଁ ସରକାରଙ୍କ ନିର୍ଦ୍ଧେଶାବଳୀ ଓ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ, ରଥଯାତ୍ରାକୁ ସୀମିତ ଭାବରେ ମନ୍ଦିର ବେଢାରେ ଅନୁଷ୍ଠିତ କରିବାକୁ କହିଥିଲେ । ମନ୍ଦିର ଭିତରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହ ସାମଜିକ ଦୂରତା ବଜାୟ ରଖିବେ ବୋଲି ଜିଲ୍ଲାପାଳ କହିଥିଲେ। ରଥଯାତ୍ରାର ଜନସମାଗମ କୁ ଆଶଙ୍କା କରି ଏହି ମହାମାରୀ ସମୟରେ ରଥ ଯାତ୍ରା ଆୟୋଜନ ହେବନାହିଁ । ଏହି ବୈଠକରେ ଉପସ୍ଥିତ ଥିବା ରାୟଗଡା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଅନୁରୋଧ କରିଥିଲେ କି ଯେ, ଅନ୍ତତ ପକ୍ଷେ ମାଉଁସି ମାଆ ମନ୍ଦିର ପର୍ଯ୍ୟନ୍ତ ଠାକୁର ମାନଙ୍କୁ ନେବାକୁ ଅନୁମତି ଦିଆଯାଉ ବୋଲି । କିନ୍ତୁ; ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା କହିଲେ ଯେ ମହାମାରୀ ପାଇଁ ଦେଶରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଲଗାଇଛନ୍ତି। ତେଣୁ ଠାକୁରଙ୍କ ନୀତିକାନ୍ତି ମନ୍ଦିର ବେଢାରେ ହିଁ ଅନୁଷ୍ଠିତ ହେବ।

ଆରକ୍ଷୀ ଅଧୀକ୍ଷକ ମଧ୍ୟ କହିଲେ ଯେ, ମହାମାରୀ କରନା ପାଇଁ ସରକାରଙ୍କ ତରଫରୁ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଲଗାଯାଇଛି। ଏବଂ ଏହି ଭଳିଆ ପରିସ୍ଥିତିରେ ଆରକ୍ଷୀ ବାହୀନି ନିୟଜିତ ପୋଲିସ ପାଇଁ ସମ୍ଭବ ନୁହେଁ । ଏହି ସବୁ ଆଲୋଚନା କରି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା ଯେ ଚଳିତବର୍ଷ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ରଥଯାତ୍ରା ମନ୍ଦିର ବେଢା଼ ଭିତରେ ହିଁ ଅନୁଷ୍ଠିତ ହେବ । ସେଥିପାଇଁ ଜିଲ୍ଳାପାଳ, ରାୟଗଡା ସମସ୍ତ ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୋତ୍ତର, ରାୟଗଡ଼ା,ବିଷମ କଟକ ଓ ଗୁଣପୁର କୁ ଅନୁପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମହିଳା ସଶକ୍ତିକରଣ ଆୱାର୍ଡରେ ସଂମ୍ମାନିତ ରିତାରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା(୨୮/୦୯): ଭାରତୀୟ ମହିଳା ଅଲମ୍ପିକ ଆସୋସିଏସନ ତରଫରୁ ଯେ, କୌଣସି କର୍ମଜୀବି ମହିଳା ଯେ, କୌଣସି ସାମାଜିକ କାର୍ଯ୍ୟରେ ପାରଙ୍ଗମ ଥିବେ ଓ ସେମାନଙ୍କର ପ୍ରମାଣ ପତ୍ରକୁ...

ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା,ରାୟଗଡା (୨୮/୦୯): ଆଜି ମୁନିଗୁଡା ଵ୍ଲକର ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ କୁଟ୍ରାଗଡଠାରେ ବନ୍ଧୁ ମିଳନ ସହ ନୈଶ୍ୟ ଭୋଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି...

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

Recent Comments

%d bloggers like this: