Friday, March 29, 2024

Top 5 This Week

Related Posts

ଆଜି ୨ଟା ୩୫ରେ କରାଯିବ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୦୭) : ଇତିହାସ ସୃଷ୍ଟି କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆଜି ଅପରାହ୍ନ ୨ଟା ୩୫ରେ କରାଯିବ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀହରିକୋଟାରୁ ଏଲଭିଏମ-୩ ରକେଟ୍ ଦ୍ବାରା ମହାକାଶକୁ ପ୍ରେରଣ କରାଯିବ । ଗତ ଥରର ବିଫଳତାକୁ ଦୃଷ୍ଟିରେ ରଖି ଏଥର କିପରି ସଫଳତାର ସହ ଚନ୍ଦ୍ରଯାନ ଅବତରଣ କରିବ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର । ଯାହା ବିଶ୍ବ ପାଇଁ ନୂଆ ଉପଳବ୍ଧି ଆଣିବ ।

Popular Articles