ଜେନାପୁର ରେଲୱେ ଷ୍ଟେସନ ନିକଟରୁ ମିଳିଲେ ନିଖୋଜ ଛାତ୍ର

0
70

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୭) : ୮ ଦିନ ପରେ ମିଳିଲା ନିଖୋଜ ଛାତ୍ର । ରାଜଧାନୀରୁ ନିଖୋଜର ୮ ଦିନ ପରେ ଛାତ୍ର ନିଖୋଜ ବାଲାଜୀଙ୍କୁ ଉଦ୍ଧାର କରିଛି ପୋଲିସ ।

ଜେନାପୁର ରେଲୱେ ଷ୍ଟେସନ ନିକଟରୁ ଛାତ୍ର ଜଣଙ୍କୁ ଉଦ୍ଧାର କରାଯାଇଛି । ସଂପୃକ୍ତ ଛାତ୍ର ଜଣଙ୍କ ନାବାଳକ । ସେ ଏକ ଘରୋଇ ସ୍କୁଲରେ ପଢୁଥିଲେ । କାଲି ମୈତ୍ରୀବିହାର ଥାନା ଆଗରେ ଧାରଣା ଦେଇଥିଲେ ତାଙ୍କ ପରିବାର । ୧୬ ବର୍ଷର ପୁଅ ଯୋଗେଶ ବାଲାଜୀ ଗତ ୬ ତାରିଖରୁ ମୈତ୍ରୀବିହାର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ । ଏ ନେଇ ମୈତ୍ରୀବିହାର ଥାନାରେ ଏକ ଅପହରଣ ମାମଲା ରୁଜ୍ଜୁ କରିଥିଲେ ପରିବାର । ହେଲେ ଘଟଣାକୁ ୮ ଦିନ ବିତିଥିଲେ ବି ଯୋଗେଶର କୌଣସି ଖୋଜ ଖବର ନମିଳିବାରୁ ନିରାଶ ହୋଇ ବାପା-ମା ଗତକାଲି ଥାନା ଆଗରେ ଧାରଣାରେ ବସିଥିଲେ । ଏହାସହ ପିଲାକୁ ଛାଡ଼ିବା ପାଇଁ ୩ ଲକ୍ଷ ଟଙ୍କା ଅପହରଣକାରୀ ଦାବି କରୁଥିବା ବାପା-ମା ଅଭିଯୋଗ କରିଥିଲେ ।