କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ଦୁର୍ନୀତିରେ ଘଣ୍ଟ ଘୋଡେଇ ବାକୁ ଯାଇ ଦୁର୍ବ୍ୟବହାର

0
73

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୧୪/୦୭) : କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ଦୁର୍ନୀତି ରେ ଘଣ୍ଟ ଘୋଡେଇ ବାକୁ ଯାଇ ଦୁର୍ବ୍ୟବହାର ଘଟଣା ନେଇ ବୈଠକ ।

ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଓ ସାଧାରଣ ଜନତା ଙ୍କ ସ୍ୱର ସାଜିଥିବା ଗଣମାଧ୍ୟମ ଅନେକ ସମୟରେ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଏବଂ କେନ୍ଦ୍ର ସରକାର ପାଖରେ ପହଞ୍ଚାଇଆସୁଥିବା ତଥା ସରକାରୀ ଅନୁଦାନ ଗୁଡିକର ଅନିୟମତତା ହେଉଥିବା ନେଇ ଖବର ପ୍ରକାଶ କରି ଆସୁଥିବା ବେଳେ ଏବେ ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ସମୟରେ ପ୍ରଶାସନ ର ଅସହଯୋଗ ପାଇବା, ବିଭିନ୍ନ ସଭା ସମିତି ମାନଙ୍କରେ କେବଳ ନିମନ୍ତ୍ରଣ କରିଆସୁଥିବା ବେଳେ ଅନେକ ବିଭାଗ ର ତର୍ଜମା ବା ସମୀକ୍ଷା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୁରେଇ ରଖୁଥିବାରୁ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି l

ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଗଣମାଧ୍ୟମ ଉପରେ ପ୍ରଶାସନ ତଥା ଶାସକ ଦଳ ପ୍ରତିବନ୍ଧକ ଲଗାଇ ସମସ୍ତ ଦୁର୍ନୀତି କୁ ଘଣ୍ଟ ଘୋଡାଇରଖିବା ପାଇଁ ହୀନ ପ୍ରୟାସ କୁ ବରଦାସ୍ତ କରାଯିବ ନାହିଁ ବୋଲି ଏବେ ସ୍ୱର ଶୁଭିଲାଣି l ସ୍ଥାନୀୟ ଗରିବ ସେନା, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ଜନସ୍ୱାର୍ଥ ସୁରକ୍ଷା ସମିତି ଭଳି ଅନେକ ସାମାଜିକ ସଂଗଠନ ଏବେ ପ୍ରଶାସନ ର ମନମୁଖୀ କାର୍ଯ୍ୟକଳାପ ଏବଂ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇ ଗଣତନ୍ତ୍ର ର ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି l

ଗଣମାଧ୍ୟମ ଚତୁର୍ଥସ୍ତମ୍ଭ ଭାବରେ ସାଧାରଣ ଲୋକଙ୍କ ଏବଂ ସରକାର ଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ ନିର୍ବାହ କରିଆସୁଥିବା ବେଳେ ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନମୁଖି ଯୋଜନା ଗୁଡିକ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନ କରିବା ଭଳି ଦାୟିତ୍ୱ ନିର୍ବାହ କରିଆସୁଛି l ତେବେ ଗଣମାଧ୍ୟମ ର ସ୍ୱର କୁ ଚାପିବାକୁ ଉଦ୍ୟମ କରୁଥିବା ସରକାରୀ କଳ ତଥା ଶାସକ ଦଳ କୁ ତୀବ୍ର ନିନ୍ଦା କରିଛନ୍ତି । ହେଲେ ଏହା ଟିଟିଲାଗଡ଼ ସହରରେ ଏକ ବିରାଟ ଆନ୍ଦୋଳନ ର ସୂତ୍ରପାତ ଘଟିବ ବୋଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ଚେତାବନୀ ଦେଇଛନ୍ତି ।