Thursday, March 28, 2024

Top 5 This Week

Related Posts

1. Big News : ଓଡିଶାରେ ଭର୍ତ୍ତି ହେଲା, ଛତିଶଗଡ଼ରେ ଧରା ପଡ଼ିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୧୪/୦୭) : ଓଡିଶାରେ ଭର୍ତ୍ତି ହୋଇ ରାଜସ୍ଥାନକୁ ଚାଲାଣ ହେଉଥିବା ସମୟରେ ଛତିଶଗଡ଼ ପୋଲିସ ହାତରେ ଧରା ପଡ଼ିଲା ଏକ ଗଞ୍ଜେଇ ବୋଝେଇ ଟ୍ରକ ।

ଓଡିଶାରେ ଭର୍ତ୍ତି ହେଲା, ଛତିଶଗଡ଼ରେ ଧରା ପଡ଼ିଲା : ଟ୍ରକରୁ ବାହାରିଲା ୪ କୁଇଣ୍ଟାଲ ଗଞ୍ଜେଇ । ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ ଦେଇ ଓଡିଶାରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆସୁଥିବା ବେଳେ ଆଜି ମହାସମୁନ୍ଦ ପୋଲିସକୁ ଏକ ବଡ଼ ସଫଳତା ମିଳିଛି l ଫଳ ଗଛର ଚାରା ସହିତ ଗଞ୍ଜେଇ ବୋଝେଇ କରି ଓଡ଼ିଶାର ବରଗଡ଼ ଅଞ୍ଚଳରୁ ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ଯାଉଥିବା ଏକ ଟ୍ରକଟିକୁ ମହାସମୁନ୍ଦ ଜିଲ୍ଲାର ସୀଙ୍ଗୋଡା ପୁଲିସ କାବୁ କରିଛି । ଏଥି ସହ ଚାଲାଣକାରୀଙ୍କୁ ଗିରଫ କରିବା ସହିତ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ମହାସମୁନ୍ଧ ଏସପି ଧର୍ମେନ୍ଦ୍ର ସିଂଙ୍କ ନିର୍ଦ୍ଦେଶକ୍ରମେ ମହାସମୁନ୍ଦ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ସନ୍ଦେହଜନକ ଗାଡି ଯାଞ୍ଚ କରାଯାଉଥିଲା l ଠିକ୍ ଏହି ସମୟରେ ବରଗଡ ଅଂଚଳରୁ ଆସୁଥିବା ଏହି ଟ୍ରକ କୁ ଅଟକାଇଥିଲେ ଛତିଶଗଡ଼ ପୋଲିସ । ଟ୍ରକ ରେ ଫଳ ଗଛ ଚାରା ନେଇ ମଧ୍ୟପ୍ରଦେଶ କୁ ଯାଉଥିବା ପ୍ରକାଶ କରିଥିଲା ଡ୍ରାଇଭର । ପୋଲିସ୍ ଟିମ୍ ଚାଳକଙ୍କୁ ସନ୍ଦେହ କରି ଗାଡିଟିର ଯାଞ୍ଚ କରୁଥିଲେ l

ଗାଡି ପଛପଟେ ଥିବା ଟ୍ରଲିରେ ଗଛ ଓ ଉଦ୍ଭିଦ ଚାରା ଭରପୂର ରହିଥିବା ବେଳେ ସେ ସବୁକୁ ବାହାର କରିବା ସମୟରେ ତା ମଧ୍ୟରେ ୧୬ ଖଣ୍ଡ ପ୍ଲାଷ୍ଟିକ ବ୍ୟାଗ୍ ଭର୍ତ୍ତି ଗଂଜେଇ ଦେଖିବାକୁ ମିଳିଥିଲା । ଯାହାର ଓଜନ ୪୦୦ କିଲୋଗ୍ରାମ ହେବ । ଏବଂ ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଓଡିଶାରେ ବୋଝେଇ ହୋଇଥିବା ଗଞ୍ଜେଇ ଟ୍ରକ ଛତିଶଗଡ଼ରେ ଧରା ପଡ଼ିଲା । ଗାଡ଼ି ଚାଳକ ଜଣକ ମଧ୍ୟ ପ୍ରଦେଶ ର ଜଣେ ଜଙ୍ଗେଇ ତସ୍କର ସୁନିଲ ଭମର ବୋଲି ଜଣା ପଡ଼ିଛି । ସୁନିଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ।

Popular Articles