ଟିକଟ ପାଇବାର ସବୁଜ ସଂକେତ ପରେ ଆରମ୍ଭ ହେଲା ଚନ୍ଦ୍ରଙ୍କ ଅଞ୍ଚଳ ଗସ୍ତ

0
92

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୩/୭) : ଟିକଟ ପାଇବାର ସବୁଜ ସଂକେତ ପରେ ଆରମ୍ଭ ହେଲା ଚନ୍ଦ୍ରଙ୍କ ଅଞ୍ଚଳ ଗସ୍ତ ।WhatsApp Image 2023 07 13 at 18.38.41 ଟିକଟ ପାଇବାର ସବୁଜ ସଂକେତ ପରେ ଆରମ୍ଭ ହେଲା ଚନ୍ଦ୍ରଙ୍କ ଅଞ୍ଚଳ ଗସ୍ତ

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ମୁର୍ତ୍ତା ହାଣ୍ଡି, ଛତର୍ଲାର ମାଝୀ ଗୁଡା, ମକା ଗାଁ, ଟିକରା ଗୁଡା, ଆମ୍ବ ଗାଁ ସମେତ ବିଭିନ୍ନ ଗ୍ରାମ କୁ ଏସ.ଡି.ସି. ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ ଗସ୍ତ କରି ଜଗନ୍ନାଥ ମନ୍ଦିର କାଙ୍କାଲୁଣି ମନ୍ଦିରକୁ ସେ ଦେଇଥିବା ଅନୁଦାନ ଗୁଡିକ ଠିକରେ କାମ ହେଉଛି ନା ନାହିଁ ତଦାରଖ କରି ଥିଲେ ଏବଂ କେତକ ମନ୍ଦିର କୁ ପାଣ୍ଠି ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇ ଥିବା ଜଣା ଯାଇଛି । ଦଳୀୟ ହାଇ କମାଣ୍ଡଙ୍କ ଠାରୁ ଟିକଟ ପାଇବାର ସବୁଜ ସଂକେତ ପାଇବା ପରେ ଶ୍ରୀ ମାଝୀ ଅଂଚଳ ବୁଲିବା ଆରମ୍ଭ କରି ଦେଇ ଥିବା ଜଣା ଯାଇଛି ।

ଅନ୍ୟ ପକ୍ଷରେ କଂଗ୍ରେସ ଦଳ ମଧ୍ୟ ଦୀର୍ଘ ଦିନ ଧରି ନୀରଵ ରହିବା ପରେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଠିକା ନେତାଙ୍କ ନେତୃତ୍ୱ ରେ ବୂଥ କମିଟି ଗଠନ କରିବା ପାଇଁ ବୈଠକ କରିସାରିଛି । ଏହାକୁ ନେଇ ଦଳରେ ଅସନ୍ତୋଷ ଆରମ୍ଭ ହୋଇଥିବା ଜଣା ଯାଇଛି । କର୍ମୀଙ୍କ କହିବା ଅନୁଯାୟୀ କଂଗ୍ରେସ ଦଳର ବ୍ଲକ ସଭାପତି, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଏବଂ ବରିଷ୍ଠ ନେତୃମଣ୍ଡଳୀ ଭୁବନେଶ୍ୱର ଯାଇ ସଂଗଠନ ବିଷୟ ରେ ରାଜ୍ୟ ସଭାପତିଙ୍କ ସହିତ ଆଲୋଚନା ଜାରି ରଖିଥିବା ବେଳେ ଏଠାରେ ତରବରିଆ ଭାବେ ବୁଥ କମିଟି ଗଠନ କରିବା କେତେ ଦୂର ଯୁକ୍ତିଯୁକ୍ତ ? ଯେଉଁ ପଞ୍ଚାୟତର ବୁଥ କମିଟି ଗଠନ କରାଗଲା ସେଇ ପଞ୍ଚାୟତର ବୁଥ ନ ଯାଇ କୋଟପାଡ଼ ଡାକ ବଙ୍ଗଳା ଠାରେ ଅତି ତରବରିଆ କମିଟି ଗଠନ କରାଗଲା କାହା ଇଙ୍ଗିତରେ ?

ବୁଥ କମିଟି କେଉଁ ପ୍ରକାରରେ କରାଯିବା କଥା ସେହି ସଂଗଠନ କରୁଥିବା ବ୍ୟକ୍ତି ମାନଙ୍କୁ ଜଣା ନାହଁ କି ? ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ କଂଗ୍ରେସର ସଂଗଠନ କେଉଁ ପ୍ରକାରରେ ଚାଲିଛି । ବିଗତ ବିଧାନ ସଭା ନିର୍ବାଚନରେ ଏହି ନେତାଙ୍କୁ କୋଟପାଡ଼ ଜନସାଧାରଣ ଭଲ ଭାବରେ ଜାଣି ସାରିଛନ୍ତି । ଏହି ନେତାଙ୍କ ଯଦି ସଂଗଠନ ଭଲ ତାହାହେଲେ ବିଗତ ବିଧାନ ସଭା ନିର୍ବାଚନ ରେ ନମ୍ବର ବୁଥ (ବେଲଗାଁ) ରେ କେତେ ଭୋଟ କଂଗ୍ରେସ ପାଇଛି ଏବଂ ଷଡରଙ୍ଗା ପଞ୍ଚାୟତରେ କାହଁକି କଂଗ୍ରେସ ପଛେଇ ଗଲା, ତାହା କାହାକୁ ଅଛପା ନାହିଁ । ୱାର୍ଡରେ ସ୍ଲାମ ଡେଭଲପମେଣ୍ଟ ଓ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଠିକା କାମ କରୁ ଥିବାରୁ କେବଳ ପରାଧ୍ୟକ୍ଷ ଏମ ସଙ୍କର ରାଓ ଏବଂ ମନହର ବିଶୋଇ ଙ୍କୁ ଡାକି ବୈଠକ କରା ଯାଇଅଛି ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତରେ ବରିଷ୍ଟ ନେତା ଓ କର୍ମୀ ମାନେ ଗଣ ମାଧ୍ୟ୍ୟମରେ ସୂଚନା ଦେଇ ଥିବା ଜଣା ଯାଇଛି ।