Thursday, March 28, 2024

Top 5 This Week

Related Posts

ଦଶମନ୍ତପୁର ଠାରେ ସ୍ୱାଭିମାନ ପ୍ରକଳ୍ପ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ : ଜୈବିକ ପଦ୍ଧତିରେ ପରିବା ଚାଷ ପ୍ରଶିକ୍ଷଣ

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା,(୩୧/୦୮) : ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଠାରେ ସ୍ୱାଭିମାନ ପ୍ରକଳ୍ପର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ସୁସ୍ଥ ସ୍ୱାସ୍ଥ୍ୟ ଗଠନ ଏବଂ ଜମି ହୀନ ଚାଷୀ ପୃଷ୍ଟ ବଗିଚା ସହଜରେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଡିଶା ଜୀବିକା ମିଶନ, ୟୁନିସେଫ ଏବଂ ଲାଇଫ ଫର୍ମା ଅନୁଷ୍ଠାନର ମିଳିତ ଉଦ୍ୟମରେ ସ୍ୱାଭିମାନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଠାରେ ଲାଇଫ ଫର୍ମା ଅନୁଷ୍ଠାନର ସ୍ୱେଚ୍ଛାସେବୀ ପ୍ରଦୀପ ପାତ୍ର ଯୋଗ ଦେଇ ଜମି ହୀନ ଚାଷୀଙ୍କୁ ଜୈବିକ ପଦ୍ଧତିରେ କିପରି ପରିବା ଚାଷ କରିପାରିବେ ସେହି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ l

ମୁଖ୍ୟତଃ କିଶୋରୀ ବାଳିକା, ପ୍ରସୂତି ମା, ଗର୍ଭବତୀ ଏବଂ ମହିଳା ମାନେ ଜୈବିକ ପଦ୍ଧତିରେ ପରିବା ଚାଷ କରିବା ସହ ପୃଷ୍ଟିକର ଖାଦ୍ୟ ଖାଇପାରିବେ ଏବଂ ସୁସ୍ଥ ସ୍ୱାସ୍ଥ୍ୟ ଗଠନ କରିବେ ସେନେଇ ଆଲୋକପାତ କରିଥିଲେ l ପରେ ଉକ୍ତ ଗ୍ରାମର ଜୈନିକ ମହିଳାଙ୍କ ଘର ବାଡ଼ରେ ଜମିହୀନ ପରିବା ଚାଷୀ ସହଜ ପ୍ରଳାଳୀରେ କିପରି ଚାଷ କରିପାରିବେ ସେ ନେଇ ଲାଇଫ ଫର୍ମା ଅନୁଷ୍ଠାନର ଶ୍ରୀ ପlତ୍ର ପ୍ରାକୃତିକ ପଦ୍ଧତିରେ ପ୍ରଶିକ୍ଷଣ ଦେଇଥିଲେ l

ଉକ୍ତ ବୈଠକରେ ଦଶମନ୍ତପୁର ପଞ୍ଚାୟତର ସିଆରପି ତଥା ପୋଷଣ ସଖୀ, ଗର୍ଭବତୀ ମହିଳା, ପ୍ରସୂତି, କିଶରୀ ବାଳିକା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଅଂଶଗ୍ରହଣ କରିଥିଲେ l ଏହି ସ୍ୱାଭିମାନ ପ୍ରକଳ୍ପ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟର ଉନ୍ନତି ସହିତ ମହିଳା ମାନେ ସ୍ୱଭାଲମ୍ବୀ ହୋଇପାରିବେ ବୋଲି ଆଶା କରାଯାଇଛି l

Popular Articles