Advertisements
Sunday, July 5, 2020

କେନ୍ଦୁଝର: କେନ୍ଦୁଝର ଜିଲା ହରିଚନ୍ଦନପୁର ହାଟ ପଡିଆ ନିକଟରେ ଥିବା ଶନି ମନ୍ଦିରରୁ ଆଜି ସକାଳ ୬ଟା ସମୟରେ ୬ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ ସକାଳ ସମୟରେ ହରିଚନ୍ଦନପୁର ଦଣ୍ଡାହୁଡି ସାହିର ସୁରେନ୍ଦ୍ର ମଣ୍ଡଳ କୌଣସି କାମରେ ଶନି ମନ୍ଦିର ପାଖ ଦେଇ ଯାଉଥିଲେ। ଛୋଟ ଶିଶୁର କାନ୍ଦ ଶୁଣି ମନ୍ଦିର ନିକଟକୁ ଦୌଡି ଯାଇଥିଲେ। ଏବଂ ସେଠାରେ ଦେଖିଥିଲେ ୬ମାସର ଶିଶୁ ପୁତ୍ରଟି ଏକା ବସି କାନ୍ଦୁଥିବା ସମୟରେ କିଛି କୁକୁର ଘେରି ବସିଛନ୍ତି। ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଘରକୁ ଆଣିବା ସହ ପୋଲିସ ପ୍ରଶାସନକୁ ଜଣାଇଥିଲେ ଓ ପରେ ପରେ ସ୍ବାସ୍ଥ୍ୟ ଚିକିତ୍ସା କରିଥିଲେ।

ଲୋକମାନଙ୍କ କହିବା ଅନୁସାରେ ସକାଳ ୫ଟା୩୦ ସମୟରେ ଜଣେ ମହିଳା ଡ୍ରେସ୍ ପିନ୍ଧି ଆସିଥିଲେ ଓ ଶନି ମନ୍ଦିର ପାଖରେ ବସିଥିଲେ। ଶିଶୁ ପୁତ୍ରଟିକୁ ଶନି ମନ୍ଦିର ପରିସରରେ ଛାଡି ସକାଳ ୬ଟା ସମୟରେ କଟକ ଯାଉଥିବା ଏକ ବସରେ ବସି ଚାଲିଯାଇଥିଲେ। ସୁରେନ୍ଦ୍ର ମଣ୍ଡଳ ଶିଶୁ ପୁତ୍ରଟିକୁ ନିଜର କରି ରଖିବା ସହ ଠିକ୍ ଭାବରେ ଲାଳନ ପାଳନ କରିବା ସହ ସମସ୍ତ ଦାୟିତ୍ୱ ନେବେ ବୋଲି ଜଣାଇଛନ୍ତି।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: