Thursday, October 29, 2020
Home Development ରାୟଗଡା ଜିଲ୍ଲାପାଳଙ୍କ ରାୟଗଡା ବ୍ଲକ ଗସ୍ତ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ରାୟଗଡା ଜିଲ୍ଲାପାଳଙ୍କ ରାୟଗଡା ବ୍ଲକ ଗସ୍ତ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //
ରାୟଗଡା (୧୭/୦୬): ଆଜି ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ରାୟଗଡା ବ୍ଲକର ପିତାମହଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରଗୁଡା ଗ୍ରାମରେ ମନରେଗା ଯୋଜନା ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ତ୍ତ କମିଶନ ଅନୁଦାନରେ ୮ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଲରେ ଚାଲୁଥିବା ନୂତନ ପୋଖରୀ ଖନନ କାର୍ଯ୍ୟକୁ ବୁଲି ଦେଖିଥିଲେ। ୩୦ଜଣ ଶ୍ରମିକ କାମରେ ଲାଗିଥିବା ଦେଖିଲେ ଓ ସେମାନଙ୍କ ସହିତ ଆଲୋଚନା କଲେ ।ତାପରେ ଶ୍ରୀରାମନଗର ଠାରେ ନୂତନ ପୋଖରୀ ଖନନ କାର୍ଯ୍ୟ ବୁଲିବା ସହ ସେଠାରେ ତାମିଲନାଡ଼ୁ ଫେରନ୍ତା ୨୧ଜଣ ପ୍ରବାସୀ ଶ୍ରମିକ ମାନେ କାମରେ ଲାଗିଥିବା ଦେଖିଲେ । ସେମାନଙ୍କ ସହିତ ଅସୁବିଧା ସୁବିଧା ବିଷୟରେ ଆଲୋଚନା କରିଥିଲେ ।

ଶ୍ରମିକମାନେ ଆଉ ଗାଁ ଛାଡି ଯିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ କହିଥିଲେ । ଏଠାରେ ଶ୍ରମିକମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷାକରିବା ଉପରେ ସଚେତନ କରିଥିଲେ ।ଏହି ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ବିଡ଼ିଓ ଶ୍ରୀ ରାଜେନ୍ଦ୍ର ମାଝୀ,ଅତିରିକ୍ତ ବିଡ଼ିଓ ଶ୍ରୀ ଏନ.ସି.ପଟ୍ଟନାୟକ,ଯନ୍ତ୍ରୀ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।ଏହାପରେ ଜିଲ୍ଳାପାଳ ତାଡ଼ମା ଆଦର୍ଶ ବିଦ୍ୟାଳୟ ଠାରେ ଚାଲିଥିବା କୋଭିଡି ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ସେଠାରେ ନର୍ସ, ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: