ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

0
117

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୦୭) : ଆମ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବରେ ମିସ୍ ନମିତା ପଧାନ (ଓ. ଇ. ଏସ୍-୨) ଯୋଗଦାନ କରିଛନ୍ତି ।

ଏହି ଦାୟିତ୍ଵ ରେ ପୂର୍ବ ରୁ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀଯୁକ୍ତ ଭାଜନଲାଲ ମାଝୀ ଥିଲେ ସେହି ଦାୟିତ୍ଵ ମିସ୍ ନମିତା ପଧାନ ଙ୍କୁ ପ୍ରଦାନ କରିଲେ । ଏହି ଶୁଭ ଅବସରରେ ଆମ ରାୟଗଡ଼ା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବରିହା ଓ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସମସ୍ତ ପରିବାର ସଦସ୍ୟ ତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ପରିଚୟ ଆଦାନ ପ୍ରଦାନର କିଛି ତରଙ୍ଗାୟିତ ମୂହୁର୍ତ୍ତ ତଥା ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସଂକଳ୍ପ କରିଲେ ।