କୋଶଳ ଆବାସିକ ବିଦ୍ୟାଳୟରେ ସ୍ୱାଗତ ସମାରୋହ ଉତ୍ସବ ପାଳିତ 

0
70

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୭) : ସୁବର୍ଣ୍ଣପୁର ଜିଲ୍ଲା ସଦର ପଟାଭାଡି ଠାରେ ଗଢ଼ିଉଠିଥିବା କୋଶଳ ଆବିସିକ ଉଚ୍ଚ ବିଦ୍ୟାଳୟରେ ନୂତନ ଶିଶୁ ଭାଇ ଭାଉଣୀ ମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ଟାଉନ ଥାନା ଅଧିକାରୀ ପଦ୍ମାସିନୀ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ କିଭଳି ଏକ ଦକ୍ଷ ଓ ଆଦର୍ଶ ମାନବ ରୂପେ ଗଢି ଉଠିବା ହେବେ ସେ ବିଷୟରେ ଅବିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ କୃଷି ଅଧିକାରୀ ପଠାନ ପଣ୍ଡା ମହୋଦୟ ଉପସ୍ଥିତ ଥିବା ବେଳେ ସୋନପୁର କୋଣ ଅନୁକୋଣରେ ଖ୍ୟାତି ଲାଭ କରିଥିବା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ବିଦ୍ୟାଳୟର ସଭାପତି ଉପସ୍ଥିତ ରହି ନବାଗତ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଦ୍ୟାଳୟର ସମ୍ପାଦକ ସଞ୍ଜୟ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ପ୍ରଧାନ ଶିକ୍ଷକ ପରମା ନାଏକ ଅତିଥିଙ୍କ ଉଦ୍ଧେଶ୍ୟରେ ସ୍ୱାଗତ ଅଭିଭାଷଣ ରଖି ପରିଚୟ ପ୍ରଦାନ କରିଥିଲେ ।

ନୂତନ ଶିଶୁଭାଇ ଭଉଣୀ ମାନଙ୍କୁ ସ୍ୱାଗତ କରାଯାଇ ସୁସ୍ୱାଦୁ ବ୍ୟଞ୍ଜନ ର ବ୍ୟବସ୍ଥା କରାଯାଇଥିଲା ସମସ୍ତେ ମିଳିତ ଭାବରେ କାର୍ଯ୍ୟକ୍ରମ କରିଥିଲେ । ବିଦ୍ୟାଳୟର ସ୍ମିତା ଗୁରୁମା ମଞ୍ଚ ପରିଚାଳନା କରିବା ସହ ସରିତା ଗୁରୁମା ସଂଗୀତା ଗୁରୁମା ସାଂସ୍କୃତିକ କାର୍ଯ୍ୟକ୍ରମ କରାଇ ଶିଶୁଙ୍କ ମନକୁ ଉଲ୍ଲଶିତ କରାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଜିତ ଗୁରୁଜୀ, ମଳୟ ଗୁରୁଜୀ, ଅବିନାଶ ଗୁରୁଜୀ ଖାନ ଗୁରୁଜୀ, ପ୍ରମୋଦ ଗୁରୁଜୀ, ରିଙ୍କୁ ଗୁରୁଜୀ, ଦୀପ୍ତି ଗୁରୁମା, ରୀନା ଗୁରୁମା, ଲିପି ଗୁରୁମା, ସାଗରୀ ଗୁରୁମା, ଯଶୋବନ୍ତି ଗୁରୁମା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ତୁଲାଇଥିଲେ ।