Thursday, October 1, 2020
Home District News ଲୋଇସିଂହା ବିଧାୟକ ଦୃଷ୍ଟି ଦେବେ କି ? ରାସ୍ତା ନ ଥାଇ କଲଭର୍ଟ ନିର୍ମାଣ ଓ...

ଲୋଇସିଂହା ବିଧାୟକ ଦୃଷ୍ଟି ଦେବେ କି ? ରାସ୍ତା ନ ଥାଇ କଲଭର୍ଟ ନିର୍ମାଣ ଓ ସରକାରୀ ଅର୍ଥ ଆତ୍ମସାତ

ଲୋଇସିଂହା(୧୬/୦୬): ବଲାଂଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅଧିନ ବୁଢ଼ୀପଦର ପଂଚାୟତରେ ରାସ୍ତା ନ ଥିବା ଜାଗାରେ କଲଭର୍ଟ ନିର୍ମାଣ ହୋଇ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ।

ଅଭିଯୋଗ ମତେ ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ପିପିଲିପାଲି(ପଧାନପାଲି) ଠାରୁ ବେନ୍ଦ୍ରା ଗ୍ରାମକୁ ପାଦ ଚଳା ରାସ୍ତା ରହିଛି । ଏହି ରାସ୍ତାରେ ଚାରିଚକିଆ ଯାନ ତ ଦୂରର କଥା, ଦୁଇ ଚକିଆ ଯାନ ରେ ମଧ୍ୟ ଯିବା ଆସିବା କରି ହୁଏ ନାହିଁ । ତେବେ ଗତ ୨୦୧୭-୧୮ ବର୍ଷରେ ଉପରୋକ୍ତ ରାସ୍ତାରେ କୌଣସି ଆବଶ୍ୟକତା ନ ଥାଇ ଦୁଇଟି କଲଭର୍ଟ ନିର୍ମାଣ ହୋଇଛି । ମାତ୍ର କିଛି ମିଟର ବ୍ୟବଧାନରେ କୌଣସି ଆବଶ୍ୟକତା ନ ଥାଇ କାହା ସ୍ୱାର୍ଥରେ ସରକାରୀ ଅର୍ଥର ଦୁରୂପଯୋଗ କରାଯାଇ ଦୁଇ ଦୁଇଟି କଲଭର୍ଟ ନିର୍ମାଣ କରାଯାଇଛି, ତାହାର ଉପଯୁକ୍ତ ତଦନ୍ତ କରାଗଲେ ଅନେକ ଭିତିରି ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଗ୍ରାମର ସିତାରାମ ପଧାନ, ସୁରଭି ପଧାନ, ଗୁଳାପୀ ପଧାନ, ସୌଦାମିନୀ ପଧାନ, ମନୋଜ ପଧାନ, ଗୌର ପଧାନ, ଯଶୋବନ୍ତି ପଧାନଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି । ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଳିଙ୍ଗ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ: ବିମଳେନ୍ଦୁ ସାହୁ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: