1. Best News-କେନାଲ ଆଡ଼ିରେ ଘାଇ, ୧୦ରୁ ଉର୍ଦ୍ଧ୍ବ ଏକର ଜମି ଜଳମଗ୍ନ

0
62
କେନାଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୭) : ସୁବର୍ଣ୍ଣପୁର ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳ ଭାବେ ପରିଚିତ ବିନିକା ଅଞ୍ଚଳର ଚାଷୀ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଛି ହୀରାକୁଦ ଜଳଭଣ୍ଡାରରୁ ପ୍ରବଳ ପାଣି ଆସିଯିବାରୁ ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ଜାମପାଲି ଦେଇ ପ୍ରବାହିତ ମା ମାହେଶ୍ୱରୀ କଲେଜ ନିକଟରେ ଯାଇଥିବା କେନାଲରେ ଘାଇ ସୃଷ୍ଟି ହେବାରୁ ଆଡ଼ି ଭୁଶୁଡ଼ି ପଡ଼ିଛି ।WhatsApp Image 2023 07 11 at 11.00.06 1. Best News-କେନାଲ ଆଡ଼ିରେ ଘାଇ, ୧୦ରୁ ଉର୍ଦ୍ଧ୍ବ ଏକର ଜମି ଜଳମଗ୍ନ

କେନାଲ ଆଡ଼ିରେ ଘାଇ-ଯାହା ଫଳରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଗଣେଶ ଅଗ୍ରୱାଲଙ୍କ ଅଧା ଏକର ଜମି ସମ୍ପୁର୍ଣ୍ଣ ବାଲିଚର ହୋଇ ପଡ଼ିଛି । ଘଟଣା ସମ୍ପର୍କରେ ଜଳସେଚନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ତୁରନ୍ତ ଆସୁଥିବା ପାଣିକୁ ବନ୍ଦ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ସେହି ଅଞ୍ଚଳର କେତେକ ଚାଷୀ ଆଡିକୁ କଂକ୍ରିଟ କରଣ କରି ପାଣି ଯୋଗାଇବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।