Related Contents

ଇନ୍ଦ୍ରାବତୀରେ ୯୦ ଲକ୍ଷର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାଗର ଗିରଫ

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀରେ ୯୦ ଲକ୍ଷର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାଗର କୁ ପୋଲିସ ଗିରଫ କରିଛି।ଲୋକ ମାନଙ୍କ ଠାରୁ ଟଙ୍କା ଆଦାୟ କରିଥିବା ମହିଳା ସଂଯୁକ୍ତା ବାରିକଙ୍କୁ ଥାନାରେ ଅଟକ ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାଗର କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକଅନ୍ତର୍ଗତ ଖମାର ପଦର ବୋଲି ଜଣା ପଡୁଛି।ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାବତୀ କଲୋନୀର ସଂଯୁକ୍ତା ବାରିକ ଜରିଆରେ ଜମି ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ସ୍ଥାନୀୟ ମହିଳା ମାନକୁ ପ୍ରବତାଇଥିଲେ। ଏହି ଟଙ୍କା ବାବଦରେ ଅଧିକ ସୁଧ ଦେଇ ଅଳ୍ପ ଦିନ ମଧ୍ୟରେ ମୂଳ ଟଙ୍କା ପେରାଇ ଦିଆ ଯିବ ବୋଲି କହି ଥିଲେ। ଅଧିକ ସୁଧ ଆଶାରେ ଇନ୍ଦ୍ରାବତୀ କଲୋନୀ ର ସଂଯୁକ୍ତା ବାରିକଙ୍କୁ ୨୨ଜଣ ମହିଳାପ୍ରାୟ ୯୦ ଲକ୍ଷ ଟଙ୍କାଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ମାଗିବାରୁ ଦମକ ଚମକ ଦେଉଛନ୍ତି ।ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାଗର ଗିରଫ କରି ଥିବା ସ୍ଥଳେ ସହଯୋଗୀ ସଂଯୁକ୍ତା ସାଗର ଥାନାରେ ଆତ୍ମସମ୍ପର୍ପଣ କରିଛି। ଜମାକାରୀ ଟଙ୍କା ଫେରସ୍ତ ନ ପାଇବାରୁ ବାଧ୍ୟ ହୋଇ ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି।ଥାନାରେ କେସ ନଂ- ୨୦/୨୦୧୮ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏନେଇ ଏସଡ଼ିପିଓ ବିଜୟ କୁମାର ନାୟକ କହିବା ଅନୁସାରେ ମହେଶ୍ୱର ସାଗରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସଂଯୁକ୍ତା ବାରିକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି। ଏହାର ତଦନ୍ତ ଚାଲିଥିବାରୁ ଏଥିରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

Comments are closed.